ଉତ୍ତରାଖଣ୍ଡରେ ହେଲିକପ୍ଟର ଦୁର୍ଘଟଣା: ୫ଜଣ ମୃତ୍ୟୁ ୨ଜଣ ଗୁରୁତର।

ଉତ୍ତରାଖଣ୍ଡ ଉତ୍ତରକାଶୀରେ ଆଜି ସକାଳୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଛି। ହେଲିକପ୍ଟରରେ ମୋଟ ୭ ଜଣ ଯାତ୍ରୀ ଥିଲେ। ଡେରାଡୁନରୁ ହର୍ଷିଲକୁ ହେଲିକପ୍ଟରଟି ଯାଉଥିବା ସୂଚନା ରହିଛି। ଘଟଣାସ୍ଥଳକୁ ଉତ୍ତରକାଶୀ ଜିଲ୍ଲାପାଳ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। 

ସୂଚନା ଅନୁସାରେ, ହେଲିକପ୍ଟରଟି ଯାତ୍ରୀମାନଙ୍କୁ ନେଇ ଗଙ୍ଗୋତ୍ରୀ ଧାମକୁ ଯାଉଥିବା ବାଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଗଙ୍ଗୋତ୍ରୀ ରାଜପଥର ଗଙ୍ଗାନୀ ନିକଟସ୍ଥ ଜଙ୍ଗଲରେ ତଳକୁ ଖସିପଡିଥିଲା। ଏହି ଘଟଣା ସଂକ୍ଷେପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଖବର ସୋସିଆଲ ମିଡିଆରେ ସେୟାର କରିବା ସହ ମୃତକଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ହେଲିକପ୍ଟରରେ ପର୍ଯ୍ୟଟକମାନେ ଡେରାଡୁନରୁ ହର୍ଷିଲ ହେଲିପ୍ୟାଡକୁ ଯାଉଥିଲେ। ଦୁଇ ସ୍ଥାନ ମଧ୍ୟରେ ଦୂରତା ପାଖାପାଖି ୩୦ କିଲୋମିଟର। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଅଧବାଟରେ ଏକ ଘଞ୍ଚ ଜଙ୍ଗଲରେ ହେଲିକପ୍ଟରଟି ଖସିପଡିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial