ପାକିସ୍ତାନର ମିଛ ପ୍ରଚାରକୁ ପର୍ଦ୍ଦାଫାସ କଲା ଭାରତ ।

ପାକିସ୍ତାନ ଭାରତର ଏସ-୪୦୦ ପ୍ରତିରକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଥିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଥିଲା। ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି। ପାକିସ୍ତାନ ମିଥ୍ୟା ଖବର ପ୍ରଚାରିତ କରି ଅନ୍ତର୍ଜାତୀୟ ସ୍ତରରେ ଲୋକଙ୍କୁ ଭ୍ରମିତ କରିବାକୁ ଉଦ୍ୟମ ଚଳାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ବାୟୁସେନା ପକ୍ଷରୁ ଶନିବାର ପୂର୍ବାହ୍ନରେ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇ ପାକିସ୍ତାନର ଅପପ୍ରଚାର ସମ୍ପର୍କରେ ସୂଚନା ଦିଆଯାଇଥିଲା। ବୈଦେଶିକ ସଚିବ ବିକ୍ରିମ ମିଶ୍ରି, କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଏବଂ ଓ୍ୱିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂହ ସାମ୍ବାଦିକ ସମ୍ମିଳନୀରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଏସ-୪୦୦କୁ ପାକ୍‌ ଧ୍ୱଂସ କରିଥିବା ଖବର ମିଥ୍ୟା ବୋଲି କହିଛନ୍ତି। ସେ କହିଛନ୍ତି, ପାକିସ୍ତାନ ସୈନ୍ୟ ଠିକଣାକୁ ଟାର୍ଗେଟ୍ କରୁଛି । ପାକିସ୍ତାନର ଉଦ୍ଦେଶ୍ୟ ଓ ମାନସିକତା ଠିକ୍ ନାହିଁ । ପୂର୍ବ ପରି ଗତକାଲି ମଧ୍ୟ ପାକିସ୍ତାନ ନାଗରିକ ବିମାନକୁ ଢାଲ କରୁଛି ବୋଲି ସେନା ପକ୍ଷରୁ କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)