ଅକ୍ଷର ବ୍ୟୁରୋ: ଦୀପାବଳି ପାଳନ ନେଇ ଦ୍ୱନ୍ଦ୍ୱରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ୨୦ ତାରିଖରେ ପାଳିତ ହେବ ଦୀପାବଳି ଅମାବାସ୍ୟା ଓ ପୟା ଶ୍ରାଦ୍ଧ । ସାମ୍ବାଦିକ ସମ୍ମିଳନୀ କରି ଦ୍ୱନ୍ଦ୍ୱ ଦୂର କଲେ ମୁକ୍ତି ମଣ୍ଡପ ପଣ୍ଡିତ ସେବା । କହିଲେ, ଜଗନ୍ନାଥ ପାଞ୍ଜିରେ କିଛି ଦ୍ୱନ୍ଦ୍ୱ ନାହିଁ, ଅନ୍ୟକିଛି ପଞ୍ଜିକା ଦ୍ୱନ୍ଦ୍ୱ ବଢ଼ାଉଛନ୍ତି । ୨୦ ତାରିଖରେ ହିଁ ଦୀପାବଳି ଓ ପୟା ଶ୍ରାଦ୍ଧ ପାଳିତ ହେବ । ତେବେ କେବଳ ଦୀପାବଳି ନୁହେଁ, ପୂର୍ବରୁ ଅନେକ ପର୍ବପର୍ବାଣୀକୁ ନେଇ ପାଞ୍ଜିରେ ଭିନ୍ନ ଭିନ୍ନ ତାରିଖ ରହିଛି । କୁମାର ପୂର୍ଣ୍ଣିମା, ରାଖି ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ ପାଳନକୁ ନେଇ ମଧ୍ୟ ସାଧାରଣ ଲୋକେ ଆଶଙ୍କାରେ ଥିଲେ । ତେବେ କାହିଁକି ଏଭଳି ଭିନ୍ନ ଭିନ୍ନ ତାରିଖ ଆସୁଛି ? ମୁକ୍ତିମଣ୍ଡପ ପଣ୍ଡିତ ସଭା ଏବଂ ପାଞ୍ଜି ଗଣନାକାରୀଙ୍କ ମଧ୍ୟରେ ରହୁନି କି ସମନ୍ୱୟ ? ପର୍ବପର୍ବାଣୀ ଏବଂ ଉତ୍ସବ ପାଳନ ପାଇଁ ଓଡ଼ିଆ ମାନେ ପାଞ୍ଜି ଦେଖନ୍ତି । କିନ୍ତୁ ଏବେ ପାଞ୍ଜିକୁ ଲୋକେ ବିଶ୍ୱାସ କରିପାରୁ ନାହାନ୍ତି । ପାଞ୍ଜିର ବିଶ୍ୱସନୀୟତାକୁ ନେଇ ଉଠିଛି ପ୍ରଶ୍ନ ।
୨୦ ତାରିଖରେ ପାଳିତ ହେବ ଦୀପାବଳି ଅମାବାସ୍ୟା ଓ ପୟା ଶ୍ରାଦ୍ଧ; ଦ୍ୱନ୍ଦ୍ୱ ଦୂର କଲେ ମୁକ୍ତି ମଣ୍ଡପ ପଣ୍ଡିତ ସେବା ।












Leave a Reply