ଅକ୍ଷର ବ୍ୟୁରୋ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମହାନଦୀ ବିବାଦରେ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଗତ ୧୬ ମାସ ଭିତରେ ମହାନଦୀ ଜଳ ସମସ୍ୟାକୁ ନେଇ କେତେଥର ଆଉ କେଉଁ ସ୍ଥାନରେ ଛତିଶଗଡ଼ ସରକାର, କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା ସରକାର ଆଲୋଚନା କରିଛନ୍ତି? ଆଉ ଏହାର ସମାଧାନ ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ? ନଭେମ୍ବର ୧୦ ତାରିଖରେ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ ବସିଥିଲା । ଉଭୟ ରାଜ୍ୟର ବୈଷୟିକ ଟିମଙ୍କ ମଧ୍ୟରେ ଛଅ ଥର ଆଲୋଚନା ହୋଇଛି । ଆସନ୍ତାକାଲି ମଧ୍ୟ ଏନେଇ ଜଏଣ୍ଟ ଟେକ୍ନିକାଲ ଟିମଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୨୦ ତାରିଖରେ ଟ୍ରିବ୍ୟୁନାଲ ଶୁଣାଣି ମଧ୍ୟ ହେବ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗୃହରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଆସନ୍ତାକାଲି ବସିବ ମହାନଦୀ ବିବାଦରେ ଗୁରୁତ୍ୱପୂର୍ଣ୍ଣ ବୈଠକ; ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।












Leave a Reply