ଭଦ୍ରକରେ ଏନକାଉଣ୍ଟର: ଟାଉନ ପୁଲିସର ଦୁର୍ଦ୍ଦାନ୍ତ ଅପରାଧୀ ବୁଦ୍ଧିଆକୁ ଏନ୍‌କାଉଣ୍ଟର ।

ଅକ୍ଷର ବ୍ୟୁରୋ: ଭଦ୍ରକରେ ସକାଳୁ ସକାଳୁ ଏନକାଉଣ୍ଟର । ଭଦ୍ରକ ଟାଉନ ପୁଲିସର ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ରହିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନକାଉଣ୍ଟର କରାଯାଇଛି । ସୂଚନା ଅନୁସାରେ, ଚରମ୍ପା ମାଲ୍‌ ଗୋଦାମ ପାଖରେ ପୋଲିସ ଏନ୍‌କାଉଣ୍ଟର କରିଛି । କମଳାକାନ୍ତର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଭଦ୍ରକ ମେଡକାଲରେ ଭର୍ତ୍ତି କରାଯାଇଛି । ଭଦ୍ରକ ମେଡିକାଲରେ ଚାଲିଛି ଚିକିତ୍ସା । ନମ୍ବର ନଥିବା କଳା ପଲସର୍‌ରେ ଵୁଲୁଥିବା ବେଳେ ଏନ୍‌କାଉଣ୍ଟର କରାଯାଇଥିବା ସୂଚନା ରହିଛି । ପ୍ରକାଶଥାଉକି, କମଳାକାନ୍ତ ପୁଲିସ୍ ଉପରକୁ ୪ରାଉଣ୍ଡ ଗୁଳି ଚଳାଇଥିଲା । ପୁଲିସର ପାଲଟା ଗୁଳି କମଳାକାନ୍ତର ଗୋଡ଼ରେ ବାଜିଥିବା ବେଳେ ସେ ଆହତ ହୋଇଥିଲା । ଅପରାଧୀ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ସହ ୪ଟି ଜୀବନ୍ତ ଗୁଳି ଜବତ କରାଯାଇଥିବା ସୂଚନା ରହିଛି । ଭଦ୍ରକ ଓ ବାଲେଶ୍ୱରରେ ବୁଦ୍ଧିଆ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଛି । କିଛି ଦିନ ତଳେ ଖଇରା ନିକଟରୁ ଫାୟାରିଂ କରି ୧୫ ଲକ୍ଷ ଲୁଟି ନେଇଥିଲା ଦୃର୍ବୃତ୍ତ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)