ଅକ୍ଷର ବ୍ୟୁରୋ: ହାଇଦ୍ରାବାଦରେ ରୋଡ଼ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାକୁ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟ ନେଇ ଆସନ୍ତା ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ହାଇଦ୍ରାବାଦର ରୋଡ଼ ଶୋ’ରେ ଯୋଗଦେବେ । ଏହି ଦୁଇଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀ ଦେଶର ପ୍ରମୁଖ ଶିଳ୍ପପତିଙ୍କ ସହ ଆଲୋଚନା କରି ଓଡ଼ିଶାରେ ଶିଳ୍ପ କ୍ଷେତ୍ରର ଉଜ୍ଜ୍ବଳ ଭବିଷ୍ୟତ ଏବଂ ସମ୍ଭାବନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ । ରାଜ୍ୟରେ ଉତ୍ସର୍ଗୀକୃତ ଶିଳ୍ପ ପାର୍କ, ସୁଦୃଢ଼ ଶିଳ୍ପ ଭିତ୍ତିଭୂମି, ଜମିର ଉପଲବ୍ଧତା, ଦକ୍ଷ କର୍ମଚାରୀ, ରାଜ୍ୟ ସରକାରଙ୍କ ନୀତି ଓ ଏକକ ବାତାୟନ ଶିଳ୍ପ ଅନୁମୋଦନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯିବ ।
ହାଇଦ୍ରାବାଦରେ ରୋଡ଼ ଶୋ’ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।












Leave a Reply