ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ ଜମାଲପୁର ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଏକ ଲାଲ ରଙ୍ଗର ସ୍କୁଟି ଆକ୍ଟିଭା କୁ ପଛପଟୁ ଧକ୍କା ଦେଲା ସାରଳା ବସ୍ । ଦୁର୍ଘଟଣା ଘଟଣା ସ୍ଥଳରେ ସ୍କୁଟିରେ ଯାଉଥିବା ଦୁଇ ଜଣ ମହିଳାଙ୍କ ଦୁର୍ଘଟଣା ସ୍ଥଳ ହିଁ ମୃତ୍ୟୁ ହୋଇଥିଲା ବେଳେ ପିପିଲି ପୁଲିସ୍ ପହଂଚି ମୃତଦେହକୁ ଜବତ କରିବା ସହ ଯାତାୟାତ ସ୍ୱାଭାବିକ କରିଛି ।
ସେପଟେ ମୃତ ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ଘରୋଇ ଚ୍ୟାନଲର ରିପୋର୍ଟର ସିଲା ପଟ୍ଟନାୟକ ବୋଲି ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି । କାହିଁକି ନା ଦୁର୍ଘଟଣା ସ୍ଥଳରୁ ହିଁ ତାଙ୍କର ID CARD ଟି ପୁଲିସ୍ କୁ ମିଳିଥିବା ବେଳେ ଅନ୍ୟ ମୃତ ମହିଳା ଙ୍କ ପରିଚୟ ମିଳିପାରିନାହିଁ । ତେବେ ରାସ୍ତା ମଝିରେ ବାଲି ଗଦା ହୋଇ ରହିଥିବା ଯୋଗୁଁ ଆକ୍ଟିଭା ସ୍କୁଟି ଭାରସାମ୍ୟ ହରାଇବା ବେଳେ ପଛରୁ ଆସୁଥିବା ସାରଳା ବସ ତାଙ୍କ ଉପରେ ଚଢ଼ି ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟ ହୋଇଥିଲା । ଏପଟେ ଦୁର୍ଘଟଣା ଘଟାଇ ଥିବା ଵସ ସମେତ ଡ୍ରାଇଭର ଓ ହେଲ୍ପରଙ୍କୁ ଅଟକ ରଖିଛି ସାକ୍ଷୀଗୋପାଳ ପୁଲିସ୍ ।












Leave a Reply