ଛତିଶଗଡ଼ ଗୃହମନ୍ତ୍ରୀଙ୍କୁ ମାଓବାଦୀ ସଂଗଠନର ଚିଠି; ସୁରକ୍ଷା ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି ।

ଅକ୍ଷର ବ୍ୟୁରୋ: ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଓଡ଼ିଶାର କେତେକ ମାଓବାଦୀ ସଂଗଠନ ଚିଠି ଲେଖିଛନ୍ତି । ଚିଠିରେ ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି । ଆତ୍ମସମର୍ପଣ ପାଇଁ ଚାହୁଁଥିବା ମାଓବାଦୀ ସଂଗଠନ ବିବିଏମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆତ୍ମସମର୍ପଣ କଲେ ସୁରକ୍ଷା ପ୍ରଦାନ କରିବାକୁ ମାଓବାଦୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ମାର୍ଚ୍ଚ ୧ କିମ୍ୱା ୨ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବା ନେଇ ସଂଗଠନ ପକ୍ଷରୁ କୁହାଯାଇଛି । ଓଡ଼ିଶା କିମ୍ୱା ଛତିଶଗଡ଼ ପୋଲିସ ନିକଟରେ ମାଓବାଦୀମାନେ ଆତ୍ମସମର୍ପଣ କରିବେ ବୋଲି ଚିଠିରେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)