ଅକ୍ଷର ବ୍ୟୁରୋ: ପୁରୀ ଯିବା ବେଳେ ଦୁର୍ଘଟଣା । ରାସ୍ତା କଡରେ ଗଛକୁ ପିଟି ଓଲଟିଲା ବୋଲେରୋ । ପିପିଲି ନିକଟସ୍ଥ ନିରାକାରପୁର-ପୁରୀ ନୂଆ ଜଗନ୍ନାଥ ସଡକରେ ଏହି ଦୁର୍ଘଟଣା ଘଟିଛି । ବ୍ରହ୍ମପୁର ସୋରଡା ଅଞ୍ଚଳର ଗୋଟିଏ ପରିବାରର ୧୦ଜଣ ଜଗା ଦର୍ଶନ ପାଇଁ ପୁରୀ ଯାଉଥିଲେ । ଦୁର୍ଘଟଣାରେ ୧୦ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି ।
ପୁରୀ ଯିବା ବେଳେ ଦୁର୍ଘଟଣା; ପରିବାରର ୧୦ଜଣ ଗୁରୁତର ।













Leave a Reply