ସମ୍ୱଲପୁରରେ ଆମ ବସ୍ ଦୁର୍ଘଟଣା; ଦ୍ରୃତଗତିରେ ଆସି ସ୍କୁଟିକୁ ପଛପଟୁ ଧକ୍କା ଦେଲା ଆମ ବସ୍ ।

ଅକ୍ଷର ବ୍ୟୁରୋ: ସମ୍ୱଲପୁରରେ ଆମ ବସ୍ ଦୁର୍ଘଟଣା । ବୁର୍ଲା ପିସି ବ୍ରିଜ୍ ଉପରେ ସ୍କୁଟିକୁ ଧକ୍କା ଦେଲା ଆମ ବସ୍ । ସ୍କୁଟି ଆରୋହୀ ଗୁରୁତର ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବସ୍ ଟି ବେଶୀ ବେଗରେ ଆସୁଥିବା ବେଳେ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ସ୍କୁଟି ଚାଳକ ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ । ଖବର ପାଇ ବୁର୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଓ ଡ୍ରାଇଭରକୁ ନିଜ ହେପାଜତକୁ ନେଇଥିବା ଜଣାପଡିଛି । ଆହତ ବ୍ୟକ୍ତିଙ୍କୁ ତୁରନ୍ତ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)