ବାଲିଅନ୍ତା ଘଟଣାକୁ ଦୁଇ ଦିନ ନପୁରୁଣୁ ଆଉ ଏକ ହତ୍ୟାକାଣ୍ଡ; ବାଲିପାଟଣା ଅଠାନ୍ତରରେ ପୁଣି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ।

ଅକ୍ଷର ବ୍ୟୁରୋ: ରାଜଧାନୀ ଉପକଣ୍ଠରେ ଆଉ ଏକ ହତ୍ୟାକାଣ୍ଡ । ବାଲିଅନ୍ତା ଘଟଣାକୁ ଦୁଇ ଦିନ ନପୁରୁଣୁ ବାଲିପାଟଣା ଅଠାନ୍ତରରେ ଯୁବକଙ୍କୁ ହତ୍ୟା । ଟାୟାର ଜାଳି ରାସ୍ତାରୋକ କଲେ ଗ୍ରାମବାସୀ । ଉତ୍ତ୍ୟକ୍ତ ଲୋକେ ଉତ୍ତରା-ବନମାଳିପୁର ରାସ୍ତା ଅବରୋଧ କରିଛନ୍ତି ।ଅଠାନ୍ତର ଗ୍ରାମର ରାକେଶଙ୍କ ସମସ୍ତ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ସହ କଠୋର ଦଣ୍ଡ ବିଧାନ ଦାବିରେ ପ୍ରତିବାଦ କରାଯାଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ମଟର ଅଟକି ରହିଛି । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ।

ସୂଚନାନୁଯାୟୀ, ଗତକାଲି ଟଙ୍କା ଦେଣନେଣକୁ ନେଇ ୪ ଜଣ ଯୁବକ ଅଠାନ୍ତର ଗ୍ରାମର ରାକେଶଙ୍କୁ ପିଟିପିଟି ହତ୍ୟା କରିଥିଲେ । ଯାହାର ଭିଜୁଆଲ୍ ସିସିଟିଭିରେ କଏଦ ହୋଇଥିଲା । ପରିବାର ଲୋକ ରାକେଶଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି କରିଥିଲେ । ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ବାଲିପାଟଣା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)