ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଲା ବାଇକ; ୩ ଗୁରୁତର

ଅକ୍ଷର ବ୍ୟୁରୋ: ପିପିଲି ବାଇପାସ ସ୍ଥିତ ନାୟକ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ସୂଚନା ଅନୁସାରେ, ଭୁବନେଶ୍ୱରରୁ ଦୁଇଟି ବାଇକରେ ୪ ଜଣ ସାଙ୍ଗ ପୁରୀ ଅଭିମୁଖେ ଯାଉଥିଲେ | ଆଗରେ ଯାଉଥିବା ଏକ ଟ୍ରକ ସଠିକ୍ ଭାବେ ସାଇଡ୍ ନଦେବାରୁ ବାଇକ ଚାଳକ ଭାରସାମ୍ୟ ହରାଇଥିଲେ । ଫଳରେ ବାଇକଟି ଟ୍ରକ ସହ ଧକ୍କା ହୋଇ ରାସ୍ତା ଉପରେ ଛିଟକି ପଡ଼ିଥିଲା ।

ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଯୁବକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସୂଚନା ପାଇ ପିପିଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)