ରାଜ୍ୟରେ ପୁଣି ଥରେ ଶୀତର ପ୍ରକୋପ; ଆହୁରି ୨ ରୁ ୩ ଡିଗ୍ରି ତାପମାତ୍ରା କମିବା ନେଇ ପାଣିପାଗ କେନ୍ଦ୍ରର ସମ୍ଭାବନା ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ପୁଣି ଥରେ ଶୀତର ପ୍ରକୋପ ଅନୁଭୂତ । ଗତ ଦୁଇ ଦିନ ହେଲା ରାତିର ତାପମାତ୍ରା ହ୍ରାସ ପାଇବା ଫଳରେ ଶୀତ ବଢ଼ିଥିବା ଲକ୍ଷ୍ୟ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି । ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଏଠାରେ ପାରଦ ୭.୮ ଡିଗ୍ରିକୁ ଖସିଛି । ସେମିଳିଗୁଡ଼ାରେ ମଧ୍ୟ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ୯.୧ ଡିଗ୍ରି ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ରାତିର ତାପମାତ୍ରା ୧୪.୫ ଡିଗ୍ରି ଏବଂ କଟକରେ ୧୪.୬ ଡିଗ୍ରି ରହିଛି । ସେହିଭଳି ଫୁଲବାଣୀରେ ୧୧.୪ ଡିଗ୍ରି ଏବଂ ଦାରିଙ୍ଗବାଡ଼ିରେ ୧୧.୫ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ତାପମାତ୍ରା ହ୍ରାସ ପାଇବା ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ । ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ପାଖାପାଖି ରହିବାର ଅନୁମାନ କରାଯାଉଛି । ୩-୪ ଦିନର ଏହି ଶୀତ ଲହରୀ ପରେ ପୁଣି ଧୀରେ ଧୀରେ ପାରଦ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)