ଅକ୍ଷର ବ୍ୟୁରୋ: ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ କହିଛନ୍ତି । ସେ କହିଛନ୍ତି, ଶକ୍ତି ବିଭାଗ ତରଫରୁ ଇଲେକ୍ଟ୍ରିକ୍ ଖୁଣ୍ଟ ଭାଙ୍ଗିଲେ ତୁରନ୍ତ ସଜାଡିବା ପାଇଁ ବ୍ୟବସ୍ଥା ହୋଇଛି । ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ୯ ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର, ଇଲେକ୍ଟ୍ରିକ୍ ଖୁଣ୍ଟ ମହଜୁଦ କରି ରଖାଯାଇଛି । ବାତ୍ୟା ଟଳିବାର ୪୮ ଘଣ୍ଟା ମଧରେ ଇଲେକ୍ଟ୍ରିକ୍ ରିଷ୍ଟୋର କରାଯିବ । ବର୍ତ୍ତମାନ ଅମଳ ସମୟ ଥିବାରୁ ବର୍ଷା ହେଲେ ଧାନ ନଷ୍ଟ ହେବାର ସମ୍ଭାବନା ରହିଛି । ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ ଦେବା ପାଇଁ କୁହାଯାଇଛି । ଦାନା ସମୟରେ ୭ ଦିନ ଭିତରେ ଟଙ୍କା ଦିଆଯାଇଥିଲା । ଏବେ ମଧ୍ୟ ସେହି ଢଙ୍ଗରେ କ୍ଷତିପୂରଣ ଦିଆଯିବ ବୋଲି କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ।
ଶକ୍ତି ବିଭାଗ ତାର ପ୍ରସ୍ତୁତି ଏବଂ ବିଦ୍ୟୁତ୍ ଭିତ୍ତିଭୂମି ଉପରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ କମ କରିବା ଏବଂ ରାଜ୍ୟ ସାରା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ଉପସ୍ଥାପନ କରିଥିଲା । ପ୍ରଭାବିତ ଗ୍ରାହକମାନଙ୍କୁ ପୁନରୁଦ୍ଧାର ଅଗ୍ରଗତି ବିଷୟରେ ସୂଚନା ଦେବା ପାଇଁ କଲ୍ ସେଣ୍ଟର ସହିତ ସମନ୍ୱୟକୁ ମଧ୍ୟ ସୁଦୃଢ଼ କରାଯାଇଛି । ଗ୍ରାହକମାନେ ୨୪ ଘଣ୍ଟିଆ ଟୋଲ୍-ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୧୨ ମାଧ୍ୟମରେ ବିଦ୍ୟୁତ୍ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତି ବିଷୟରେ ରିପୋର୍ଟ କରିପାରିବେ ।












Leave a Reply