ରାଜ୍ୟ କ୍ୟାବିନେଟର ୩୬ତମ ବୈଠକରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ।

ଅକ୍ଷର ବ୍ୟୁରୋ: ସରିଲା ରାଜ୍ୟ କ୍ୟାବିନେଟର ୩୬ତମ ବୈଠକ । ଶନିବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହା ସହ ବୈଠକରେ ରାଜ୍ୟ ବଜେଟ ମଧ୍ୟ କ୍ୟାବିନେଟରେ ଅନୁମୋଦିତ ହୋଇଛି । ଏହା ଆଗାମୀ ବିଧାନସଭା ଅଧିବେଶନରେ ଉପସ୍ଥାପିତ ହେବ । ତେବେ ଶନିବାର ମଞ୍ଜୁରୀ ମିଳିଥିବା ପ୍ରସ୍ତାବ ମଧ୍ୟରେ ଜଳସମ୍ପଦ ବିଭାଗର ୩ଟି ଏବଂ ଶ୍ରମ ବିଭାଗର ଗୋଟିଏ ପ୍ରସ୍ତାବ ରହିଛି । ଜଳସମ୍ପଦ ବିଭାଗରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୧୦୦କୋଟି ଟଙ୍କାର ୩ଟି ପ୍ୟାକେଜକୁ ଅନୁମୋଦନ । ସେହିଭଳି ଶ୍ରମ ବିଭାଗର ରେଡିଓ ଗ୍ରାଫର ସର୍ଭିସ୍ରୁଲରେ ସଂଶୋଧନକୁ ଅନୁମତି ଦେଇଛି କ୍ୟାବିନେଟ୍ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)