ଅକ୍ଷର ବ୍ୟୁରୋ: ଗ୍ୟାସ୍ କଳାବଜାରୀ ଉପରେ ବଡ଼ ରେଡ୍ । କାଠଗୋଲା ଭିତରୁ ମିଳିଲା ବିପୁଳ ଗ୍ୟାସ୍ ଟାଙ୍କି । ସାମନ୍ତରାପୁର ଛକ ନିକଟରୁ ଠାବ ହେଲା ଗ୍ୟାସ୍ ଗୋଦାମ । ବେଆଇନ ଭାବେ ଗ୍ୟାସ୍ କଳାବଜାରୀ ଖବର ପାଇ ଜିଲ୍ଲା ଯୋଗାଣ ବିଭାଗର ଅତର୍କିତ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିନା ଲାଇସେନ୍ସରେ ଗ୍ୟାସ ମହଜୁଦ ଥିବା ଠାବ । ଗ୍ୟାସ୍ ଟାଙ୍କି ସିଲିଣ୍ଡର ଜବତ କଲେ ଯୋଗାଣ ଅଧିକାରୀ । ସେଠାରୁ ୫ଲିଟର, ୧୨ଲିଟର, ୧୪ଲିଟର ଗ୍ୟାସ ଟାଙ୍କି ଠାବ ହୋଇଛି । ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ଏସବୁ ଗ୍ୟାସ କଳାବଜାରୀ କରାଯାଉଥିଲା। ବିନା ଅନୁମତିରେ ବିପଦପୂର୍ଣ୍ଣ ଭାବେ କାଠଗୋଲା ଭିତରେ ଗ୍ୟାସ ମହଜୁଦ ରଖାଯାଉଥିଲା । ବିନା ନମ୍ବର ପ୍ଲେଟ୍ ଗାଡିରେ ଗ୍ୟାସ୍ ଚାଲାଣ ହେଉଥିଲା । ଯାହାର ଖବର ପାଇ ଚଢ଼ାଉ ପରେ ଏସବୁ ଗ୍ୟାସ ଟାଙ୍କି ଜବତ କରାଯାଇଛି । ଏନେଇ କାର୍ଯାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
କାଠଗୋଲା ଭିତରୁ ମିଳିଲା ବିପୁଳ ଗ୍ୟାସ୍ ଟାଙ୍କି; ଯୋଗାଣ ବିଭାଗ ଦ୍ୱାର ବିନା ଲାଇସେନ୍ସ ଗ୍ୟାସ ମହଜୁଦ ଠାବ ।











Leave a Reply