ନିରାକାରପୁର ଷ୍ଟେସନରୁ ନିଖୋଜ ଶିଶୁ ଉଦ୍ଧାର; ପିଲାଚୋରି ନାଟକର ମୁଖ୍ୟ ଅଭିଯୁକ୍ତି ନିଜେ ଶିଶୁର ବାପା ।

ଅକ୍ଷର ବ୍ୟୁରୋ: ଖୋର୍ଦ୍ଧା-ନିରାକାରପୁର ଷ୍ଟେସନରୁ ନିଖୋଜ ହୋଇଥିବା ଶିଶୁ ଉଦ୍ଧାର । ରଣପୁର କଳାମାଟିଆରୁ ଉଦ୍ଧାର କଲା GRP ପୋଲିସ । ଗତକାଲି ମାଆ କୋଳରୁ ହୋଇଥିଲା ନିଖୋଜ । ପିଲାଚୋରି ନାଟକର ମୁଖ୍ୟ ଅଭିଯୁକ୍ତି ନିଜେ ଶିଶୁର ବାପା ପ୍ରଶାନ୍ତ ପ୍ରଧାନ ବୋଲି ସୂଚନା ମିଳିଛି । ପ୍ରଶାନ୍ତ ତାଙ୍କ ପ୍ରଥମ ପତ୍ନୀକୁ ଡକାଇ ଦେଇଦେଇଥିବା ସନ୍ଦେହ ।

ଗତକାଲି ଖୋର୍ଦ୍ଧା ରେଳ ଡିଭିଜନ ନିରାକାରପୁର ରେଳ ଷ୍ଟେସନ ପରିସରରୁ ୪ମାସର ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଶିଶୁର ବାପା-ମା’ ପ୍ଲାଟଫର୍ମରେ ବିଶ୍ରାମ ନେଉଥିବା ସମୟରେ ଏହି ଘଟଣା ଘଟିଥିଲା । ଏନେଇ ନିରାକାରପୁର ରେଳବାଇ ପୋଲିସରେ ଅଭିଯୋଗ କରିଥିଲେ ବାପା-ମାଆ । ନୟାଗଡ଼ ଜିଲ୍ଲା ରଣପୁର ଥାନା କଳାମାଟିଆ ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ସ୍ତ୍ରୀ ଚିନୁଲତା ପରିଡା ଓ ତାଙ୍କର ୪ମାସର ଶିଶୁପୁତ୍ର ଟ୍ରେନ ଯୋଗେ ତାମିଲନାଡୁ ଯିବାର ଥିଲା । ସେମାନେ ପ୍ରଥମେ କାଳୁପଡ଼ାଘାଟ ଷ୍ଟେସନରେ ପହଞ୍ଚିଥିଲେ । ପରେ ସେଠାରୁ ଡିଏମୟୁ ଟ୍ରେନ୍ ଯୋଗେ ନିରାକାରପୁର ଷ୍ଟେସନ ଆସିଥିଲେ । ତିନି ନମ୍ବର ପ୍ଲାଟଫର୍ମରେ ବିଶ୍ରାମ ନେଉଥିବାବେଳେ ମାତାଙ୍କୁ ନିଦ ଆସି ଯାଇଥିଲା । ଏହାର ସୁଯୋଗ ନେଇ ମା’ କୋଳରୁ ଶିଶୁପୁତ୍ରକୁ ନେଇଯାଇଥିଲେ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)