ଅକ୍ଷର ବ୍ୟୁରୋ: ଅନୁଗୁଳରେ ସିରିଜ ଦୁର୍ଘଟଣା । ୫୫ ନମ୍ବର ଜାତୀୟ ରାଜପଥ ହଣ୍ଡପା ଥାନା ରାଣୀଭୂଇଁ ସ୍କୁଲ ନିକଟରେ ସିରିଜ ଦୁର୍ଘଟଣା ଘଟିଛି । ଆଜି ସକାଳୁ ଏକ ହାଇୱା ଭାରସାମ୍ୟ ହରାଇ ରାସ୍ତାକଡ଼ ଡିଭାଇଡ଼ରକୁ ଧକ୍କା ଦେଇ ପୋଲ ଉପରେ ଝୁଲି ରହିଥିବା ବେଳେ ଡ୍ରାଇଭର ଗୁରୁତର ହୋଇଥିଲେ । ପୁଣି କିଛି ସମୟ ବ୍ୟବଧାନ ପରେ ଅନୁଗୋଳ ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରଲର ଭାରସାମ୍ୟ ହରାଇ ରାସ୍ତାରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା । ଏଥିରେ ଯୁବକ ଜଣଙ୍କ ଗୁରୁତର ହୋଇଥିଲେ । ଅନ୍ୟପଟେ ପୂର୍ବରୁ ଦୁର୍ଘଟଣା ଘଟିଥିବା ହାଇୱା ଡ୍ରାଇଭରକୁ ମଧ୍ୟ କିଶୋର ନଗର ମେଡିକାଲକୁ ନିଆଯାଇଥିବା ବେଳେ ସ୍ଥାନୀୟ ଲୋକେ ଟ୍ରଲର ଡ୍ରାଇଭରଙ୍କୁ ନିର୍ଧୁମ ଛେଚିଥିଲେ । ଏପଟେ ହଣ୍ଡପା ପୋଲିସ ପହଁଚି ଉଭୟ ଘଟଣାର ତଦନ୍ତ ଜାରି ରଖିଛି ।
ଜାତୀୟ ରାଜପଥରେ ସିରିଜ ଦୁର୍ଘଟଣା; ଭାରସାମ୍ୟ ହରାଇ ଡିଭାଇଡ଼ରକୁ ଧକ୍କା ଦେଲା ହାଇୱା ।












Leave a Reply