ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ସହ ହିନ୍ଦୁସ୍ତାନ କୋକା–କୋଲା ବେଭ୍ରେଜେସର ଏଲଓୟୁ ସ୍ଵାକ୍ଷର ।

ଓଡିଶାରେ ଏସଏଚଜିଗୁଡିକ ସହ ଜଡିତ ୨୭୦୦ରୁ ଅଧିକ ମହିଳା ଉଦ୍ୟୋଗୀଙ୍କୁ ତାଲିମ ପ୍ରଦାନ କରିବା ଓ ସହଭାଗିତା କରିବା ପାଇଁ ଭାରତର ଅନ୍ୟତମ ଅଗ୍ରଣୀ ଏଫଏମସିଜି କମ୍ପାନୀ, ହିନ୍ଦୁସ୍ତାନ କୋକାକୋଲା ବେଭ୍ରେଜେସ (ଏଚସିସିବି) ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ସହ ଏକ ଲେଟର ଅଫ ଅଣ୍ଡରଷ୍ଟାଣ୍ଡିଙ୍ଗ (ଏଲଓୟୁ) ସ୍ଵାକ୍ଷର କରିଛି । ଭୁବନେଶ୍ଵରରେ ଏହି ଏଲଓୟୁ ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଆୟୁକ୍ତ ଓ ସଚିବ ଆଇଏଏସ ଶାଲିନୀ ପଣ୍ଡିତ, ମିଶନ ଶକ୍ତି ବିଭାଗର ଷ୍ଟେଟ ମିଶନର ନିର୍ଦ୍ଦେଶକ ଓ ସିଇଓ, ଆଇଏଏସ ଡଃ ମୋନିକା ପ୍ରିୟଦର୍ଶିନୀ ଏବଂ ଏଚସିସିବିର କର୍ପୋରେଟ ସୋସିଆଲ ରେସ ରେସ୍‌ପନ୍ହବିଲିଟି (ସିଏସଆର) ମୁଖ୍ୟ ଶ୍ଵେତା ପୁନିଥାଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଥିଲା । ଏହି ଏଲଓୟୁ ଅଧୀନରେ ଏଚସିସିବି ଏହାର ଇମ୍‌ପ୍ଲିମ୍ଫେଟେଶନ ପାର୍ଟନର ୱାଇ ୪ଡି ଫାଉଣ୍ଡେଶନ ମାଧ୍ଯମରେ ସୁଭଦ୍ରା ଶକ୍ତି କ୍ୟାଫେ ଗୁଡିକୁ ଅଗ୍ରଣୀ ଓ ବିସ୍ତାର କରିବ । ଏହା ଆର୍ଥକ ଓ ଡିଜିଟାଲ ସାକ୍ଷରତ, ବିକ୍ରୟ, ମାର୍କେଟିଂ ଓ ରିଟେଲ ମ୍ୟାନେଜମେଟ କ୍ଷେତ୍ରରେ ଏସଏଚଜିଗୁଡିକ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଡିଜାଇନ ଓ କାର୍ଯ୍ୟକାରୀ କରିବ ।

ଏହି ଅବସରରେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, “ଦେଶର ଗୁରୁତ୍ଵ ସବୁବେଳେ ମହିଳାମାନଙ୍କ ସଶକ୍ତିକରଣ ଉପରେ ରହିଆସିଛି ଏବଂ ଆମର ସୁଭଦ୍ରା ଶକ୍ତି କ୍ୟାଫେଗୁଡିକ ମହିଳାଙ୍କ ସାମୂହିକ ଉଦ୍ୟୋଗିକତା ଓ ସଶକ୍ତିକରଣର ଭାବନାକୁ ପ୍ରତିଫଳନ କରୁଛି । ଯାହା ଦେଶବ୍ୟାପୀ ସମୁଦାୟଗୁଡିକ ପାଇଁ ଏକ ପ୍ରେରଣା ଭାବେ କାର୍ଯ୍ୟ କରିଛି । ଆମେ ବିଶ୍ଵାସ କରୁଛୁ ଯେ, ହିନ୍ଦୁସ୍ତାନ କୋକା–କୋଲା ବେଭ୍ରେଜେସ ସହ ଏହି ସହଭାଗିତା କେବଳ ଏସଏଚଜିର ମହିଳାମାନଙ୍କୁ ସଶକ୍ତ କରିବ ନାହିଁ ବରଂ ସୁଭଦ୍ରା ଶକ୍ତି କ୍ୟାଫେର ପୂର୍ଣ କ୍ଷମତାକୁ ଉନ୍ମୋଚନ କରିବ ଯାହା ସେଗୁଡିକୁ ଜୀବିକା, ସମ୍ପ୍ରଦାୟ ଗର୍ବ ଓ ସାମାଜିକ ପ୍ରଭାବର କେନ୍ଦ୍ରରେ ପରିଣତ କରିବ ।

ଏହି କାର୍ଯ୍ୟକ୍ରମ ସହଭାଗିତା ସମ୍ପର୍କରେ ଏଚସିସିବିର ଉପାଧ୍ୟକ୍ଷ ଓ ପବ୍ଲିକ ଆଫାୟାର୍ସ ବିଭାଗର ମୁଖ୍ୟ ଏବଂ ଯୋଗାଯୋଗ ଓ ସ୍ଥାୟିତ୍ଵ ଅଧିକାରୀ ହିମାଂଶୁ ଶେଖର ପ୍ରିୟଦର୍ଶୀ କହିଛନ୍ତି, “ପ୍ରୋଜେକ୍ଟ ସାଇନ ମାଧ୍ୟମରେ ଆମର ଲକ୍ଷ୍ୟ କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷପତି ଦିଦି କାର୍ଯ୍ୟ ସହ ସମନ୍ବିତ ରହିଛି, ଆମେ ସୁଭଦ୍ରା ଶକ୍ତି କ୍ୟାଫେଗୁଡିକୁ ଆତ୍ମନିର୍ଭରଶୀଳ ସାମାଜିକ ଉଦ୍ୟୋଗରେ ପରିଣତ କରିବାକୁ ଲକ୍ଷ୍ୟ ରଖୁଛୁ । ସ୍ଵୟଂ ସହାୟକ ଗୋଷ୍ଠୀ (ଏସଏଚଜି)ର ମହିଳାମାନଙ୍କୁ ବିକ୍ରୟ, ମାର୍କେଟିଂ, ରିଟେଲ ମ୍ୟାନେଜମେଟ, ଆର୍ଥକ ଓ ଡିଜିଟାଲ ସାକ୍ଷରତା କ୍ଷେତ୍ରରେ ଜରୁରୀ ଦକ୍ଷତା ସହ ସଶକ୍ତ କରି ଆମେ ଉଦ୍ୟୋଗିକତା ଓ ଉଦ୍ଭାବନର ଏକ ସଂସ୍କୃତି ବିକଶିତ କରୁଛୁ । ଯାହା ଦୀର୍ଘାବଧୂ ସମୃଦ୍ଧି ପାଇଁ ସ୍ଥାୟୀ ମାର୍ଗ ସୃଷ୍ଟି କରିବା ସହ ଓଡିଶାର ସାମାଜିକ- ଆର୍ଥକ ବିକାଶରେ ଯୋଗଦାନ ଦେବ ।” ପ୍ରୋଜେକ୍ଟ ସାଇନ ହେଉଛି ଏକ ସିଏସଆର ପଦକ୍ଷେପ ଯାହା ୫ଟି ମୂଳ ପ୍ରସଙ୍ଗ ଉପରେ ନିର୍ମିତ । ବର୍ତ୍ତମାନ ପର୍ଯ୍ୟନ୍ତ ଏଚସିସିବିର ସିଏସଆର ପ୍ରୟାସଗୁଡିକ ଓଡିଶାରେ ୧୩୪,୦୦୦ରୁ ଅଧିକ ଲୋକଙ୍କୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)