OUSSSC ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି କରିବାକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର ।

ଅକ୍ଷର ବ୍ୟୁରୋ: OUSSSC ବା ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନର ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଁ ନୂତନ ପଦବୀ ସୃଷ୍ଟି କରିବାକୁ ସରକାର ଅନୁମୋଦନ ଦେଇଛନ୍ତି । OUSSSC ପାଇଁ ୭୨ଟି ନୂତନ ପଦବୀ ସୃଷ୍ଟି କରିବାକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଉପ-ସଚିବ ଓ ଅନୁ-ସଚିବଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦବୀ ସମେତ ସେକ୍ସନ ଅଫିସର, ପ୍ରୋଗ୍ରାମର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି । ସଚିବ ପଦବୀରେ ଜଣେ ଓଏଏସ୍ ସ୍ତରୀୟ ଅଧିକାରୀ ରହିବେ । ସମସ୍ତ ସମ୍ପୃକ୍ତ ବିଭାଗକୁ ପଦବୀଗୁଡ଼ିକୁ କ୍ୟାଡରଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈଷୟିକ ଏବଂ ଅନ୍ୟାନ୍ୟ ସହାୟକ ପଦବୀଗୁଡ଼ିକୁ ଡେପୁଟେସନ, ଆଉଟସୋର୍ସିଂ କିମ୍ବା ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ପୂରଣ କରାଯିବ । ଯେପର୍ଯ୍ୟନ୍ତ ନିୟମିତ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ, ସେପର୍ଯ୍ୟନ୍ତ ସମ୍ପୃକ୍ତ ବିଭାଗଗୁଡ଼ିକ ନିଜର ଦକ୍ଷ ଅଧିକାରୀଙ୍କୁ ଡେପୁଟେସନରେ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)