ଅକ୍ଷର ବ୍ୟୁରୋ: ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ । ସତର୍କ କରାଇଦେଇଛି ପାଣିପାଗ ବିଭାଗ ।ରାଜ୍ୟବାସୀଙ୍କୁ ଆହୁରି ୩ ଦିନ ଯାଏଁ କଲବଲ କରିବ ତାତି । ଆସନ୍ତା ୩ ଦିନ ଯାଏଁ ଗରମ ଓ ଗୁଳୁଗୁଳି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରିରୁ ତାହ୍ରି ମିଳିବାର ନାହଁ । ତେବେ ୨୯ ବେଳକୁ ପାଗରେ ହୋଇପାରେ ପରିବର୍ତ୍ତନ । ଟ୍ରପ୍ ଲାଇନ୍ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ପ୍ରବଳ ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ । ସେପଟେ ଗତକାଲି ୪୦ ଡିଗ୍ରୀ ଉପରେ ରହିଥିଲା ୧୫ଟି ସହରର ତାପମାତ୍ରା । ଝାରସୁଗୁଡ଼ା ୪୪.୧ ଡିଗ୍ରୀ ସହ ପୁଣି ରାଜ୍ୟରେ ସବୁଠୁ ତତଲା ସହର ପାଲଟିଥିଲା । ଟିଟିଲାଗଡ଼ରେ ୪୪ ଡିଗ୍ରୀ, ବଲାଙ୍ଗିରରେ ୪୩.୫, ନୂଆପଡ଼ାରେ ୪୩, ସୁନ୍ଦରଗଡ଼ରେ ୪୨.୮, ସମ୍ବଲପୁର ୪୨.୬, ହୀରାକୁଦ ଓ ରାଉରକେଲାରେ ୪୨.୬ ଡିଗ୍ରୀ ପାରଦ ରେକର୍ଡ ହୋଇଛି ।
ଆହୁରି ୩ ଦିନ ଯାଏଁ କଲବଲ କରିବ ତାତି; ୨୯ ବେଳକୁ ପାଗରେ ହୋଇପାରେ ପରିବର୍ତ୍ତନ ।












Leave a Reply