ଅକ୍ଷର ବ୍ୟୁରୋ: ଓଡ଼ିଶା ଆଭ୍ୟନ୍ତରୀଣରୁ ନେଇ ଉପକୂଳ, ପଶ୍ଚିମରୁ ନେଇ ଦକ୍ଷିଣ ସବୁଠି ଶୀତର ଲହରୀ ଦେଖିବାକୁ ମିଳୁଛି । ଆଗାମୀ 2 ଦିନ ଯାଏଁ ଏଭଳି ସ୍ଥିତି ଜାରି ରହିବ । ପରେ ତାପମାତ୍ରା 2-3 ଡିଗ୍ରୀ ବଢ଼ିବା ସହ ଶୀତର ପରିମାଣ ସାମାନ୍ୟ ହ୍ରାସ ପାଇବ । ଉପକୂଳ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସେହି କାରଣରୁ କିଛି ସ୍ଥାନରେ ଶୀତର ପ୍ରକୋପ କମିବ । ତଥାପି ପଶ୍ଚିମ ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ । 3 ଜିଲ୍ଲାକୁ 2 ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ, ଆଗାମୀ 2 ଦିନ 3 ଜିଲ୍ଲାରେ ଥଣ୍ଡା ବଢ଼ିବା ସହ ପ୍ରବଳ ଶୀତ ପଢ଼ିବ । ଏଥିପାଇଁ କନ୍ଧମାଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି 2 ଦିନ ପରେ ତାପତାତ୍ରା 2-3 ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି 3 ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ରହିବାକୁ ଥିବା ବେଳେ ଭବାନୀପାଟଣାରେ 11 ଡିଗ୍ରୀ ସେଲସିୟସ ତାପମାତ୍ରା ରହିବ । ସେହିପରି 4 ଜିଲ୍ଲାରେ ତାପମାତ୍ରା 12 ଡିଗ୍ରୀ ରହିବ । ଟ୍ୱିନ୍ ସିଟିରେ ସର୍ବନିମ୍ନ ତାପମାତ୍ରା 14 ଡିଗ୍ରୀ ରହିବ ।
ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି; ତାପମାତ୍ରା 2-3 ଡିଗ୍ରୀ ବଢ଼ିବା ସହ ଶୀତର ପରିମାଣ ସାମାନ୍ୟ ହ୍ରାସ ।












Leave a Reply