ଅକ୍ଷର ବ୍ୟୁରୋ: ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବନି କହିଲେ ପିସିସି ସଭାପତି ଭକ୍ତ ଦାସ । ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏକା ଲଢିବ ସ୍ପଷ୍ଟ କଲେ ପିସିସି ସଭାପତି । ପଞ୍ଚାୟତ ଓ ମ୍ୟୁନିସିପାଲଟି ନିର୍ବାଚନରେ ନିଜ ଦମ୍ ରେ ଲଢ଼ିବ କଂଗ୍ରେସ । ବିଜେଡି ସହ ଏକ ହୋଇ ପଞ୍ଚାୟତ ନିର୍ବାଚନ ଲଢ଼ିବନି କଂଗ୍ରେସ । ବିଧାନସଭା ନିର୍ବାଚନ ବେଳକୁ ହାଇକମାଣ୍ଡ ଚାହିଁଲେ ବୁଝାମଣା ହୋଇପାରେ ବୋଲି ଭକ୍ତ ଦାସ କରିଛନ୍ତି ।
ଗତ ରାଜ୍ୟସଭା ନିର୍ବାଚନ ସମୟରେ କଂଗ୍ରେସ ଏବଂ ବିଜେଡି ହାତ ମିଳାଇଥିଲେ। ଯଦିଓ ଉଭୟ ବିରୋଧି ଦଳ ବିଜେପି ଆଗରେ ହାର ମାନିଥିଲେ, ତଥାପି ଉଭୟେ ରାଜ୍ୟରେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଏକାଠି ଲଢ଼ିବେ ବୋଲି ଏକପ୍ରକାର କଳ୍ପନାଜଳ୍ପନା ଲାଗି ରହିଥିଲା । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କର ଏପ୍ରିଲ ୧୩ ତାରିଖର ଏକ ବୟାନ ଏହି ଚର୍ଚାକୁ ଆଗକୁ ବଢ଼ାଇଥିଲା । ତେବେ କଂଗ୍ରେସ ଓ ବିଜେଡି ମଧ୍ୟରେ ଆଗାମୀ ଦିନରେ ନିର୍ବାଚନୀ ମେଣ୍ଟର ନିଷ୍ପତ୍ତି ହାଇକମାଣ୍ଡ ନେବେ ବୋଲି କହିଥିଲେ ଭକ୍ତ । କେବଳ ଭକ୍ତ ନୁହଁନ୍ତି ବରଂ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ମଧ୍ୟ ଭକ୍ତଙ୍କ ଏହି ବୟାନକୁ ଗ୍ରହଣ କରିଥିଲେ ଏବଂ କହିଥିଲେ ଯେ,’ସବୁ କ୍ଷେତ୍ରରେ ସମ୍ଭାବନା ରହିଛି, ଯଦି ପିସିସି ସଭାପତି ଏପରି କିଛି କହିଛନ୍ତି ତାହାହେଲେ କିଛି ଅନୁଧ୍ୟାନ କରି କହିଥିବେ।’












Leave a Reply