ଅକ୍ଷର ବ୍ୟୁରୋ: ପୁରୀ ଜିଲ୍ଲା କଣାସ ବୈଦ୍ୟନାଥ ପାଟଣା ବିଦ୍ୟାଳୟ ନିକଟରେ ଥିବା ସରକାରୀ ବୁକ ଡିପୋରେ ପାଣି । ବର୍ଷା ପାଣିରେ ଓଦା ହୋଇଗଲା ପିଲାଙ୍କ ପାଠପଢ଼ା ବହି । ଖରାରେ ଶୁଖୁଛି ପିଲାଙ୍କର ଭବିଷ୍ୟତ । ରାସ୍ତା ବହୁତ ଉଚ୍ଚରେ ଥିବାବେଳେ ଷ୍ଟୋର ରୁମ ବହୁ ତଳେ ରହିଛି । ଯାହା ଫଳରେ ସାମନ୍ୟ ବର୍ଷାରେ ପାଣି ପଶି ଓଦା ହୋଇଯାଏ ଶିକ୍ଷା ବିଭାଗ ତରଫରୁ ଆସୁଥିବା ବହି । ଯାହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କଣାସ ବ୍ଲକରେ ପ୍ରାୟ ୩ଶହରୁ ଅଧିକ ବିଦ୍ୟାଳୟ ରହିଛି । କଣାସ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଥିବା ପୁସ୍ତକ ଷ୍ଟୋର ଉପରେ ୩୦୦ ବିଦ୍ୟାଳୟର ପ୍ରାୟ ହଜାର ହଜାର ଛାତ୍ରଛାତ୍ରୀ ନିର୍ଭର କରିଥାନ୍ତି । ପିଲାଙ୍କର ଭବିଷ୍ୟତ ସହିତ କିଏ ଖେଳୁଛି ଖେଳ? ଖରାରେ ଶୁଖୁଛି ବହି । କାଳ ବୈଶାଖୀର ବର୍ଷାରେ ସରକାରୀ ବୁକ୍ ଷ୍ଟୋର ଭିତରେ ଥିବା ଅନେକ ବହି ଓଦା ହୋଇ ନଷ୍ଟ ହେବା ଉପରେ। କାହାର ତ୍ରୁଟି କିଏ ଭୋଗିବେ ଦଣ୍ଡ ।
ପୁରୀ ଜିଲ୍ଲା କଣାସ ସରକାରୀ ବୁକ ଡିପୋରେ ପାଣି; ବର୍ଷା ପାଣିରେ ଓଦା ହୋଇଗଲା ପିଲାଙ୍କ ପାଠପଢ଼ା ବହି ।












Leave a Reply