ଅକ୍ଷର ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ରହିଛି । ଚାରି ଦିନ ଧରି ତାପମାତ୍ରା ୧ ଡିଗ୍ରୀରେ ଜାରି ରହିଛି । ଗୁଡୁଗୁଡିଆରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ.ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ପ୍ରଦାନ କରିଛନ୍ତି । ଫଳରେ ଗୁଡୁଗୁଡିଆ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଫଳରେ ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲ୍ଲାବ୍ୟାପି ଶୀତର ଜାଡ ଅସମ୍ଭାଳ କରିଦେଇଛି । ଲୋକେ ଗରମ ପୋଷାକ ଘୋଡାଇ ରହିବା ସହ ନିଆଁ ଜାଳି ଶୀତକଷ୍ଟକୁ ଲାଘବ କରୁଛନ୍ତି । ସେହିପରି ଶିମିଳିପାଳ ଅଭୟାରଣ୍ୟର ଚହଲା ଓ ଉପରବାରହାକାମୁଡାରେ ୨ଡିଗ୍ରୀ, ବରେହିପାଣିରେ ୫ଡିଗ୍ରୀ, ରାମତୀର୍ଥରେ ୯ଡିଗ୍ରୀ, ସାତକୋଶିଆରେ ଏବଂ କିଆଝରୀରେ ୧୦ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଜିଲ୍ଲାର ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ଡିଗ୍ରୀ ପାଖାପାଖି ରହୁଛି । ଅବାଧ ଗଛକଟା ଓ ଖଣିଖନନ ଯୋଗୁଁ ଏହାର ପ୍ରଭାବ ଜିଲ୍ଲାବାସୀଙ୍କ ଉପରେ ପଡୁଛି । ଯାହାକୁ ନେଇ ଶୀତ ଦିନେ ପ୍ରବଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।
ଶିମିଳିପାଳରେ ଚାରି ଦିନ ଧରି ପାରଦ ନିମ୍ନଗାମୀ; ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ନେଇ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ସୂଚନା ।












Leave a Reply