ଅକ୍ଷର ବ୍ୟୁରୋ: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା IIC ସୁଜିତ୍ କୁମାର ଦାଶଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଲେ ଜଣେ ମହିଳା । ଥାନା IIC ଜଣେ ମହିଳାଙ୍କୁ ନ୍ୟାୟ ଦେବାକୁ ଯାଇ ତାଙ୍କ ସହିତ ଅନ୍ୟାୟ କରିଥିବା ଜଣେ ମହିଳା ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଥାନା IIC ଖୋଲା ଦେହରେ ଭିଡିଓ କଲ୍ କରିବା ସହିତ ଘରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳା | ଏ ନେଇ ମହିଳାଜଣଙ୍କ ଆଜି ଏସ୍ପିଙ୍କ ଦ୍ବାରସ୍ଥ ହୋଇଛନ୍ତି।
ମହିଳାଙ୍କ ଅଭିଯୋଗ ପରେ ନୟାଗଡ଼ ଶରଣକୂଳ ଥାନା ଆଇଆଇସି ସୁଜିତ୍ ଦାସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସୁଜିତ୍ ଦାସଙ୍କୁ ରାଜ୍ୟ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଜମିବାଡ଼ି ବିବାଦକୁ ନେଇ ଗାଁ ଲୋକଙ୍କ ସହ ଗଣ୍ଡଗୋଳ ହୋଇଥିଲା । ନ୍ୟାୟ ପାଇଁ ଶରଣକୂଳ ଥାନାର ଦ୍ବାରସ୍ଥ ହୋଇଥିଲେ ମହିଳା । ସମୟ ଗଡ଼ି ଚାଲିଲା ।କିନ୍ତୁ ଅଭିଯୋଗର କୌଣସି ସମାଧାନ କରିନଥିଲେ ଆଇଆଇସି । ଓଲଟି ତାଙ୍କ ମୋବାଇଲ୍ ନମ୍ବର ନେଇ ବାରମ୍ବାର କଲ କରିଥିଲେ । ଭିଡିଓ କଲ କରି ଅନେକ ଅଶାଳୀନ କଥା କହୁଥିଲେ IIC ସୁଜିତ୍ । ପ୍ରେମ ନିବେଦନ କରିବା କରିବା ସହ ମହିଳାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କ ସହ ଶାରିରୀକ ସମ୍ପର୍କ ରଥିବାକୁ ବାଧ୍ୟ କରିଥିଲେ ଆଇଆଇସି ସୁଜିତ୍ ଦାସ ।













Leave a Reply