ଭାରତୀୟ ସେନାକୁ ବଡ଼ ସଫଳତା । ଆଣ୍ଟି ଟେରର୍ ଅପରେସନରେ ସଫା ହେଲେ ୬ ଆତଙ୍କୀ । ଜମ୍ମୁକାଶ୍ମୀରରେ ବର୍ତ୍ତମାନସୁଦ୍ଧା ସେନା ପକ୍ଷରୁ ଦୁଇଟି ଆଣ୍ଟି ଟେରର ଅପରେସନ କରାଯାଇଥିବାବେଳେ ସେଥିରେ ୬ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଆତଙ୍କବାଦୀଙ୍କୁ ମୂଳପୋଚ୍ଛ କରିବାକୁ ଏହି ଅପରେସନକୁ ଜୋରଦାର କରାଯାଇଛି । ସେନା ପକ୍ଷରୁ ଆତଙ୍କବାଦୀ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବାବେଳେ ଗତ ୪୮ ଘଣ୍ଟା ଭିତରେ ୬ ଆତଙ୍କୀଙ୍କୁ ନିପାତ କରି ମୁହଁତୋଡ଼ ଜବାବ ଦେଇଛି ସେନା । ଏହି ଆତଙ୍କୀ ଦମନ ଅଭିଯାନ ନେଇ କାଶ୍ମୀର IGP ବି.କେ. ବିରଦୀ କହିଛନ୍ତି ,“ଗତ ୪୮ ଘଣ୍ଟାରେ ଆମେ ଦୁଇଟି ଅପରେସନରେ ସଫଳତା ପାଇଛୁ । କେରନ ଓ ତ୍ରାଲ ଅଞ୍ଚଳରେ ଅପରେସନବେଳେ ୬ ଜଣ ଆତଙ୍କୀ ନିପାତ ହୋଇଛନ୍ତି । ଆତଙ୍କବାଦୀ ମୂଳପୋଚ୍ଛ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ “।
ଆଣ୍ଟିଟେରର୍ ଅପରେସନରେ ୬ ଆତଙ୍କୀ ସଫା; ଦୁଇଟି ଅପରେସନରେ ସଫା ହେଲେ ଆତଙ୍କୀ ।











Leave a Reply