ଅକ୍ଷର ବ୍ୟୁରୋ: ଆଜି ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା । ଏସସିବି ମେଡ଼ିକାଲ ଆଇସିୟୁରେ ଅଗ୍ନିକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନାଟକବାଜି କରି ଶବ ଉପରେ ଶୋଭାଯାତ୍ରା କରୁଛନ୍ତି । ପୀଡ଼ିତ ପରିବାରକୁ ଉପହାସ କରୁଛନ୍ତି । ବିଧାନସଭାରେ ଜଳସମ୍ପଦ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ସମୟରେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁବାର ବି ଏସସିସିବି ନିଆଁ ତାତିରେ ଉଠିଥିଲା ପଡିଥିଲା ବିଧାନସଭା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ଗୃହର ମଧ୍ୟଭାଗକୁ ଆସି ବିରୋଧୀ ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ସେପଟେ ଏସସିବିରେ ପହଞ୍ଚି ତନାଘନା କରିଛନ୍ତି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।
ବିଧାନସଭା ଅଧିବେଶନ: ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ପ୍ରସଙ୍ଗରେ ବିରୋଧୀଙ୍କ ପ୍ରତିବାଦକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ।












Leave a Reply