ଚଳିତ ବର୍ଷ ପରୀକ୍ଷା ଦେଇନାହାନ୍ତି ୯,୯୩୦ ମାଟ୍ରିକ ଛାତ୍ରଛାତ୍ରୀ ।

ଅକ୍ଷର ବ୍ୟୁରୋ: ଶିକ୍ଷା ବିଭାଗର ବିକଳ ଚିତ୍ର । ସ୍କୁଲରେ ତଳେ ବସି ପଢୁଛନ୍ତି ଛାତ୍ରଛାତ୍ରୀ । ୧୯୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ । ରାଜ୍ୟର ୧୯ ହଜାର ୮୮୩ ସ୍କୁଲରେ ନାହିଁ ଡେସ୍କ ଓ ବେଞ୍ଚ୍ । ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉତ୍ତର । ଡେସ୍କ ଓ ବେଞ୍ଚ୍ ନଥିବାରୁ ତଳେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ବାଧ୍ୟ ହୋଇ ଦରି ନ ହେଲେ ଆସନରେ ବସି ପାଠ ପଢିଛନ୍ତି ଛାତ୍ରଛାତ୍ରୀ । ଡେସ୍କ ଓ ବେଞ୍ଚ୍ ଯୋଗାଇବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ଏବର୍ଷ ପରୀକ୍ଷା ଦେଇନାହାନ୍ତି ୯,୯୩୦ ମାଟ୍ରିକ ଛାତ୍ରଛାତ୍ରୀ । ପରୀକ୍ଷା ଦେଇଛନ୍ତି ୫ଲକ୍ଷ ୩୬ହଜାର ୯୪୬ ପିଲା । ଚଳିତ ବର୍ଷ ୫,୪୬,୮୭୬ ପିଲା ଫର୍ମ ଫିଲଅପ କରିଥିଲେ । ହେଲେ ପରୀକ୍ଷା ଦେଇଛନ୍ତି ୫,୩୬,୯୪୬ ଛାତ୍ରଛାତ୍ରୀ । ଯାହା ୧.୮୧% ଅନୁପସ୍ଥିତ ପିଲାଙ୍କ ହାର । ଗୃହରେ ଏହି ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ କାହିଁକି ଏତେ ପିଲା ପରୀକ୍ଷା ଦେଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)