ଅକ୍ଷର ବ୍ୟୁରୋ: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ବିଜେଡିରୁ ନିଲମ୍ବିତ ପରେ ଜଣଙ୍କ ପରେ ଜଣେ ବିଧାୟକ ମୁହଁ ଖୋଲୁଛନ୍ତି । ଆଜି ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ ପ୍ରେସମିଟ୍ କରି କହିଛନ୍ତି, ନିଲମ୍ବନ ନୁହେଁ, ବହିଷ୍କାର କରିଥିଲେ ମୁଁ ଖୁସି ହୋଇଥାଆନ୍ତି । ବାପା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ କିପରି ୨ ଦଶନ୍ଧି ଧରି ବିଜେଡି ପାଇଁ ସେବା କରିଥିଲେ, ସେ କଥା ମନେ ପକାଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଏଥିସହ ନବନିର୍ବାଚିତ ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି । ବିଜୁ-ନବୀନ ଫାଉଣ୍ଡେସନ୍ ଟ୍ରଷ୍ଟ କଥା ଉଠାଇଛନ୍ତି । ଏଥିସହ କାହିଁକି ସଂତୃପ୍ତ ମିଶ୍ରଙ୍କ ପ୍ରତି ନବୀନଙ୍କ ଏତେ ସହୃଦୟତା ବୋଲି ପ୍ରଶ୍ନ ଉଠାଇଛନ୍ତି ସୌଭିକ୍ ବିଶ୍ୱାଳ ।
କ୍ରସ୍ ଭୋଟିଂ ପରେ ବିଜେଡିରୁ ୬ ବିଧାୟକ ନିଲମ୍ବିତ ହୋଇଛନ୍ତି । ବୈଠକ ପରେ ପ୍ରମିଳା ମଲ୍ଲିକ ଏ ବିଷୟରେ ସୂଚନା ଦେଇଥିଲେ । ପ୍ରମିଳା କହିଲେ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ କୁହାଯିବ । ବିଜେଡି ଆଇନଗତ ଲଢେଇ ଲଢ଼ିବ, ଅବୖଧ ଭୋଟ୍ ଗଣନା କରାଯାଇଛି । ସୂଚନାମୁତାବକ, ବିଜେଡିର ୮ ଜଣ ବିଧାୟକ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିଲେ । ତା ଭିତରୁ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ପୂର୍ବରୁ ନିଲମ୍ବିତ ହୋଇ ସାରିଥିଲେ । ଏବେ ୬ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି ବିଜେଡି ।












Leave a Reply