ରାଜଧାନୀ ବିମାନ ବନ୍ଦରରୁ ୪କୋଟି ଟଙ୍କାର ହାଇଡ୍ରୋଫୋନିକ ଉଇଡ୍ ଜବତ ।

ଅକ୍ଷର ବ୍ୟୁରୋ: ରାଜଧାନୀରୁ ପୁଣି ହାଇଡ୍ରୋପୋନିକ ଉଇଡ୍ ଜବତ । ଭୁବନେଶ୍ଵର ବିମାନ ବନ୍ଦରରୁ ୪ କୋଟି ଟଙ୍କାର ହାଇଡ୍ରୋଫୋନିକ ଉଇଡ୍ ଜବତ ହୋଇଛି । ମଙ୍ଗଳବାର ସକାଳେ ଭୁବନେଶ୍ଵର ବିମାନ ବନ୍ଦରରୁ ୧୧ କିଲୋ ହାଇଡ୍ରୋପୋନିକ ଉଇଡ୍ ଜବତ ହୋଇଛି । ଇଣ୍ଡିଗୋ ଫ୍ଲାଇଟ୍ ଯୋଗେ ୨ ଯୁବକ ବ୍ୟାଙ୍କକକରୁ ଭୁବନେଶ୍ଵର ଆଣୁଥିଲେ । ଏନେଇ ଖବର ପାଇ ଡିଆରଆଇ ଓ କଷ୍ଟମ ବିଭାଗ ଏୟାରପୋର୍ଟରେ ଚଢାଉ କରିଥିଲା । ମିଳିତ ଅପରେସନରେ ପ୍ରାୟ ୪ କୋଟି ଟଙ୍କାର ହାଇଡ୍ରୋପୋନିକ ଉଇଡ୍ ଜବତ ହୋଇଛି । ଏହା ସହ ୨ ଜଣ ତାମିଲ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)