ଭୁବନେଶ୍ୱର ବିମାନବନ୍ଦରରେ ପୁଣି ବଡ଼ ଡ୍ରଗ୍ସ ଧରପଗଡ଼! ବ୍ୟାଙ୍କକ୍‌ରୁ ଆସୁଥିବା ଯାତ୍ରୀଙ୍କଠାରୁ ୫ କୋଟିର ମାରିଜୁଆନା ଜବତ

ଅକ୍ଷର ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ଥରେ ବଡ଼ ଧରଣର ନିଶାଦ୍ରବ୍ୟ ଜବତ ହୋଇଛି। ଡିଆର୍‌ଆଇ (Directorate of Revenue Intelligence) ଓ କଷ୍ଟମ୍‌ ବିଭାଗର ମିଳିତ ଚଢ଼ାଉରେ ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସୁଥିବା ଜଣେ ଯାତ୍ରୀଙ୍କ ନିକଟରୁ ବିପୁଳ ପରିମାଣର ମାରିଜୁଆନା ଜବତ କରାଯାଇଛି।

ପ୍ରାଥମିକ ସୂଚନା ଅନୁସାରେ, ଜବତ ହୋଇଥିବା ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ। ନିୟମିତ ଯାଞ୍ଚ ସମୟରେ ସନ୍ଦେହଜନକ ସାମଗ୍ରୀ ଚିହ୍ନଟ ହେବା ପରେ ଅଧିକାରୀମାନେ ତଲାସି କରି ଏହି ବିପୁଳ ପରିମାଣର ମାରିଜୁଆନା ଜବତ କରିଥିଲେ। ଘଟଣାସ୍ଥଳରୁ ସମ୍ପୃକ୍ତ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ନିଶାଦ୍ରବ୍ୟ କେଉଁଠାରୁ ଆସିଥିଲା, କାହା ପାଖକୁ ଚାଲାଣ ହେଉଥିଲା ଏବଂ ଏହା ପଛରେ କୌଣସି ଆନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍‌ର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ଡିଆର୍‌ଆଇ ଓ କଷ୍ଟମ୍‌ ବିଭାଗ ମିଳିତ ଭାବେ ତଦନ୍ତ ଚଳାଇଛନ୍ତି।

ବର୍ତ୍ତମାନ ଅଭିଯୁକ୍ତଙ୍କୁ ଜେରା କରାଯାଉଥିବା ବେଳେ ନିଶାଦ୍ରବ୍ୟ ଚୋରାଚାଲାଣ ନେଟୱର୍କର ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ନିକଟ ଅତୀତରେ ଭୁବନେଶ୍ୱର ବିମାନବନ୍ଦରରୁ ବାରମ୍ବାର ନିଶାଦ୍ରବ୍ୟ ଜବତ ହେଉଥିବାରୁ ଆନ୍ତର୍ଜାତୀୟ ରୁଟ୍‌ ମାଧ୍ୟମରେ ଚୋରାଚାଲାଣକୁ ନେଇ ପୁଣି ଥରେ ସୁରକ୍ଷା ସଂସ୍ଥାମାନେ ସତର୍କ ହୋଇପଡ଼ିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)