ଅକ୍ଷର ବ୍ୟୁରୋ: ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ମୌସୁମୀ ଅଧିବେଶନ ପାଇଁ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ଏହି ୯ କାର୍ଯ୍ୟଦିବସରେ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସହ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ଓ ବିଧାନସଭାରେ କାର୍ଯ୍ୟ ସମ୍ପାଦନ କରାଯିବ। ଅଧିବେଶନକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ତାତି ବଢ଼ିବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩—୯ କାର୍ଯ୍ୟଦିବସର ଏହି ଅଧିବେଶନରେ କେଉଁ ପ୍ରସଙ୍ଗ ନେଇ ସରଗରମ ହେବ ଗୃହ, ତାହା ଉପରେ ଏବେ ନଜର।
ବିଧାନସଭାରେ ମୌସୁମୀ ଅଧିବେଶନ, ୨୨ରୁ ଆରମ୍ଭ
















Leave a Reply