ଅକ୍ଷର ବ୍ୟୁରୋ: ରାଉରକେଲାରେ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ। ପ୍ରାୟ ୨୪ ଘଣ୍ଟା ଧରି ଘର ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଠାବ ହୋଇଛି। ମୃତକ ହେଉଛନ୍ତି ୪୯ ବର୍ଷୀୟ ରାକେଶ ପାତ୍ର। ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ନମ୍ବର-୧ ସେକ୍ଟରର ୧-ଇ-୧ କ୍ୱାର୍ଟରରୁ ତାଙ୍କ ମୃତଦେହ ଉଦ୍ଧାର ପରେ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି।
ରାକେଶଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଘନୀଭୂତ ହୋଇଛି। ଏହା ଆତ୍ମହତ୍ୟା ନା ତାଙ୍କୁ କେହି ହତ୍ୟା କରିବା ପରେ ଏଭଳି ଅବସ୍ଥାରେ ରଖିଦେଇଛି—ତାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ମୃତକଙ୍କ ପତ୍ନୀ କୁନି ପାତ୍ର ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ସେକ୍ଟର-୩ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ବିଭିନ୍ନ ଦିଗରୁ ଛାନଭିନ୍ ଆରମ୍ଭ କରିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାସ୍ଥଳର ପରିସ୍ଥିତି, ମୃତ୍ୟୁର କାରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୁଲିସ ତଦନ୍ତ ପରେ ହିଁ ରାକେଶଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ।
















Leave a Reply