ବିଧାନସଭାରେ ମୌସୁମୀ ଅଧିବେଶନ, ୨୨ରୁ ଆରମ୍ଭ

ଅକ୍ଷର ବ୍ୟୁରୋ: ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏହି ଅଧିବେଶନ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ମୌସୁମୀ ଅଧିବେଶନ ପାଇଁ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ଏହି ୯ କାର୍ଯ୍ୟଦିବସରେ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସହ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପରେ ଆଲୋଚନା ଓ ବିଧାନସଭାରେ କାର୍ଯ୍ୟ ସମ୍ପାଦନ କରାଯିବ। ଅଧିବେଶନକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ତାତି ବଢ଼ିବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩—୯ କାର୍ଯ୍ୟଦିବସର ଏହି ଅଧିବେଶନରେ କେଉଁ ପ୍ରସଙ୍ଗ ନେଇ ସରଗରମ ହେବ ଗୃହ, ତାହା ଉପରେ ଏବେ ନଜର।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial