ପହଲଗାମ ଆତଙ୍କୀବଦର ପ୍ରତିଶୋଧ ନେଲା ଭାରତ; LIVE ଅପରେସନ୍ ଦେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପହଲଗାମ ଆକ୍ରମଣକୁ ନେଇ ପ୍ରତିଶୋଧ ନେଇଛି ଭାରତ। ପାକିସ୍ତାନର ଆତଙ୍କବାଦୀଙ୍କ ଶିବିର ଉପରେ ବର୍ଷିଛି ବୋମା। ଘନ ଘନ ମିସାଇଲ ମାଡ଼ରେ ଧ୍ୱଂସ ହୋଇଗଲା ଆତଙ୍କୀ ଗଡ଼। ପୂରା ଅପରେସନ୍ କୁ ପ୍ରଧାନମନ୍ତ୍ରୀ ଆବାସରୁ ଦେଖୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରେସନର ସମସ୍ତ ସୂଚନା ନେଉଥିଲେ ପ୍ରଧାନମନ୍ତ୍ରୀ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଥିଲେ ୩ ସେନା ମୁଖ୍ୟ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଉଥିଲେ NSA ଅଜିତ ଡୋଭାଲ୍।

ଉଲ୍ଲେଖଯୋଗ୍ୟ, ପାକ୍ ଅଧିକୃତ କାଶ୍ମୀରରେ କରାଯାଇଥିବା ସେନାର ପ୍ରଚଣ୍ଡ ହମଲାର ନାମ ରଖାଯାଇଥିଲା ‘ଅପରେସନ ସିନ୍ଦୂର’। ଲଢୁଆ ଯୁଦ୍ଧ ବିମାନ ଓ ମିସାଇଲ ଯୋଗେ ଆତଙ୍କୀ ଶିବିରରେ ବଡ଼ ଆଟାକ୍‌ କରିଥିଲେ ଭାରତୀୟ ସେନା। ମୋଟ୍ ୯ଟି ସ୍ଥାନକୁ କରାଯାଇଥିଲା ଟାର୍ଗେଟ୍। ପହଲଗାମରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ କଡ଼ା ଗଣ୍ଡା ଜବାବ ଦେଇଥିଲା ଭାରତୀୟ ସେନା ।

ଯେଉଁ ମୁହୂର୍ତ୍ତକୁ ପ୍ରତିଟି ଭାରତୀୟଙ୍କ ଅପେକ୍ଷା ଥିଲା, ସେହି ପହଲଗାମ୍‌ ନରସଂହାରର ପ୍ରତିଶୋଧ ନେଇଛି ଭାରତ। ପହଲଗାମ ବଦଲା ବିରୋଧରେ ଅପରେସନ୍ ସିନ୍ଦୁର। ରାତି ଅଧିଆ ମିସାଇଲ୍ ମାଡ଼ କରି ପାକିସ୍ତାନ ଏବଂ ପିଓକରେ ଆଟାକ୍ କରିଛି ସେନା। ହମଲାରେ ସାମିଲ ହୋଇଥିଲେ ୮ ସୁଖୋଇ, ୪ ରାଫେଲ୍। ଏଥିସହ ବ୍ରହ୍ମୋସ ମିସାଇଲ୍ ମାଡ଼ ହୋଇଛି। ମିସାଇଲ୍ ମାଡରେ ଛାରଖାର ହୋଇଛି ଆତଙ୍କବାଦୀଙ୍କ ୯ ଶିବିର। ଏନେଇ ଭାରତୀୟ ସେନା ପକ୍ଷରୁ ସୋସିଆଲ୍ ମିଡିଆରେ ପୋଷ୍ଟରେ ଲେଖାଯାଇଛି ନ୍ୟାୟ ହେଲା, ଜୟ ହିନ୍ଦ୍ ! ଯାହା ଭାରତର ବିଜୟକୁ ସ୍ପଷ୍ଟ କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial