ପହଲଗାମର ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ ପ୍ରତିଶୋଧ ନେଇଛି ଭାରତ। ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ‘ଅପରେସନ ସିନ୍ଦୂର’ ସଫଳ ହୋଇଛି । ୧୯୭୧ ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି ଭାରତ। ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି। ଅପରେସନ୍ ସିନ୍ଦୁରରେ ଆତଙ୍କବାଦୀ ମସୁଦ ଆଝାରର ବହାବଲପୁର ଠିକଣାରେ ହୋଇଛି ହମଲା। ପାକିସ୍ତାନରେ ଆତଙ୍କବାଦ ବିରୋଧରେ ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ପରେ ସାରା ବିଶ୍ୱକୁ ଅବଗତ କରିଛି ଭାରତ। ଆମେରିକା, ବ୍ରିଟେନ୍, ରୁଷିଆ, ସାଉଦି ଆରବକୁ ଜଣାଇଛି ଭାରତ।ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ଅବଗତ କରାଇଛନ୍ତି NSA ଅଜିତ ଡୋଭାଲ୍ ।
ଗତକାଲି ସମୟ ରାତି ୧ଟା ୫୪ରେ ଭାରତ ଆରମ୍ଭ କଲା ‘ଅପେରସନ ସିନ୍ଦୂର’। ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ଶିବିର ଉପରେ ବର୍ଷିଲା ବୋମା। ଘନ ଘନ ମିସାଇଲ ମାଡ଼ରେ ଧ୍ୱଂସ ହୋଇଗଲା ଆତଙ୍କୀ ଗଡ଼। ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀଙ୍କ ଠିକଣା ଉପରେ ଯେଉଁଠୁ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ଓ ଯୋଜନା ପ୍ରସ୍ତୁତ କରୁଥିଲେ ସେସବୁକୁ ଟାର୍ଗେଟ କରିଛି ଭାରତୀୟ ସଶସ୍ତ୍ର ବଳ। ଟାର୍ଗେଟ୍ରେ ଥିଲା ଜୈସ୍-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବାର ଆଡ୍ଡା। ମୋଟ ୯ଟି ଠିକଣାରେ ପ୍ରଚଣ୍ଡ ହମ୍ଲା ହୋଇଛି। ଏଥିରେ ଅନେକ ଆତଙ୍କବାଦୀ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି।
ଜୈସ୍-ଏ-ମହମ୍ମଦର ଗଡ଼ ପାକିସ୍ତାନର ବହାବଲପୁର ସହର। ଏହି ସହର ଲାହୋରଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ। ଏଠି ‘ଜମିୟା ମସଜିଦ୍ ସୁହାନ ଅଲ୍ଲା’ ପରିସରରେ ଜୈସ୍-ଏ-ମହମ୍ମଦର ମୁଖ୍ୟାଳୟ ରହିଛି। ୧୮ ଏକର ଜମିରେ ନିର୍ମିତ ହୋଇଥିବା ଏହି ଆତଙ୍କୀ ଶିବିର JeM ସଂଗଠନ ପାଇଁ ଭର୍ତ୍ତି, ଫଣ୍ଡିଂ, ଟ୍ରେନିଂର କେନ୍ଦ୍ର ଅଟେ। ଭାରତର ଅପରେସନ ଟାର୍ଗେଟରେ ଏହି ମସଜିଦ୍ ରହିଥିଲା। JeMର ପ୍ରତିଷ୍ଠାତା ମସୁଦ ଆଝାରର୍ ଏଠାର କଡ଼ା ସୁରକ୍ଷା ଭିତରେ ରହିଥିଲା।













Leave a Reply