ଅପରେସନ୍ ସିନ୍ଦୂରକୁ ନେଇ ତିନି ସେନା ପ୍ରେସ୍ମିଟ୍ କରିଛନ୍ତି । ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ସେ ସବିଶେଷ ସୂଚନା ଦେଇଛନ୍ତି । DGMO, DGAO, DGNOଙ୍କ ପକ୍ଷରୁ ମିଳିତ ପ୍ରେସମିଟ୍ ହୋଇଛି । ୧୦୦ରୁ ଊର୍ଦ୍ଧ୍ୱ ଆତଙ୍କୀ ନିପାତ ହୋଇଛନ୍ତି । କୁଖ୍ୟାତ ୟୁସୁଫ ଆଜହର, ଅବଦୁଲ ମଲିକ ରୌଫ୍, ମୁଦାସିର ଅହମ୍ମଦ ନିପାତ ହୋଇଛନ୍ତି । କାନ୍ଦାହାର ବିମାନ ଅପହରଣ ଓ ପୁଲୱାମା ଆଟାକରେ ସଂପୃକ୍ତ ଥିଲେ ବୋଲି ସେ କହିଛନ୍ତି । ମେ ୭ରୁ ୧୦ ଅପରେସନ ମଧ୍ୟରେରେ ୩୫ରୁ ୪୦ ପାକ୍ ସେନା ମରିଛନ୍ତି କହିଲେ DGMO।
ଭାରତୀୟ ବାୟୁସେନାର ସଠିକ ଆକ୍ରମଣରେ ପାକିସ୍ତାନର ଏକାଧିକ ସାମରିକ ଘାଟି ଧ୍ୱଂସ ହୋଇଥିବା ନେଇ ଭାରତୀୟ ସେନାର ଡିରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ସ (DGAO) ଏକ ପ୍ରେସ ବ୍ରିଫିଂରେ ସ୍ପଷ୍ଟ କରିଛନ୍ତି। ରବିବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ DG ଏୟାର ଅପରେଶନ ଏ.କେ. ଭାରତୀ। ଏ.କେ. ଭାରତୀ ଆହୁରି କହିଛନ୍ତି, ଅପରେସନ୍ ସିନ୍ଦୁର ଅଧୀନରେ ଭାରତୀୟ ବାୟୁସେନା ପାକିସ୍ତାନର ରଫିକୁଇ, ମୁରିଦ, ଚକଲାଲା, ରହିମ ୟାର ଖାନ, ସୁକ୍କୁର, ଚୁନିଆନ ଏବଂ ସିଆଲକୋଟରେ ଥିବା ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଛି। ଏହା ସହ ପାସରୁରରେ ଥିବା ରାଡାର ସାଇଟକୁ ମଧ୍ୟ ଧ୍ୱଂସ କରାଯାଇଛି। ରହିମ ୟାର ଖାନ ଏୟାରବେସରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିବା ଫଟୋ ଏବଂ ଭିଡିଓ ଦେଖାଇ ସେ କହିଛନ୍ତି ଯେ, ଏହି ଆକ୍ରମଣ ପାକିସ୍ତାନର ସାମରିକ ଭିତ୍ତିଭୂମିକୁ ମାରାତ୍ମକ ଆଘାତ ଦେଇଛି।











Leave a Reply