ପିଏମ୍‌ ଆବାସ ପଞ୍ଜୀକରଣର ଶେଷ ତାରିଖ ମେ’୧୫ ।

ଆସନ୍ତା ୧୫ ପିଏମ୍‌ ଆବାସ ପଞ୍ଜୀକରଣର ଶେଷ ତାରିଖ । ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ପଞ୍ଜୀକରଣ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩୪ରୁ ୩୫ ଲକ୍ଷ ଲୋକ ପିଏମ୍‌ ଆବାସ ପଞ୍ଜୀକରଣ କଲେଣି। ୧୫ ତାରିଖ ପରେ ଘର ଘର ବୁଲି କିଏ ଯୋଗ୍ୟ, ତାହା ସର୍ଭେ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ ଆଣିଛନ୍ତି। ଏଥିରେ ଲୋକଙ୍କୁ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଦିଆଯିବ। ଅଗଷ୍ଟ ୨୦୨୪ ରେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ (EWS) ଏବଂ ସହରାଞ୍ଚଳର ମଧ୍ୟବିତ୍ତ ପରିବାର ପାଇଁ କେନ୍ଦ୍ର କ୍ୟାବିନେଟ୍ PMAY ୨.୦କୁ ଅନୁମୋଦନ କରାଯାଇଛି।

ଏହି ହିତାଧିକାରୀ ବିଏଲସି, ଏଏଚପି, ଏରଏଚ ଏବଂ ସୁଧ ସବସିଡି ସ୍କିମ୍ (ଆଇଏସ୍ଏସ୍) ପରି ବିଭିନ୍ନ କ୍ଷେତ୍ରରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ୨.୦ ଅଧୀନରେ ଏକ କୋଟି ନୂତନ ଘର ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି | ଆପଣ ଏହି ଅନଲାଇନ୍ ପାଇଁ ମଧ୍ୟ ଆବେଦନ କରିପାରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)