ଜମ୍ମୁ ଓ କାଶ୍ମୀରର ପୁଲଓ୍ୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ପୁଣି ତିନି ଆତଙ୍କବାଦୀଙ୍କ ଏନକାଉଣ୍ଟର !

ଜମ୍ମୁ ଓ କାଶ୍ମୀରର ପୁଲଓ୍ୱାମା ଜିଲ୍ଲାର ତ୍ରାଲ ଅଞ୍ଚଳରେ ଥିବା ନାଦିର ଗାଁରେ ଆଜି ସୁରକ୍ଷା ବାହିନୀ ସହ ଏକ ଏନକାଉଣ୍ଟରରେ ତିନି ଜଣ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଆମିର ନାଜିର ଓ୍ୱାନୀ, ଆସିଫ ଆହମଦ ଶେଖ ଏବଂ ଯାୱାର ଆହମଦ ଭଟ୍ଟ ରହିଛନ୍ତି। ତେବେ ସମସ୍ତ ମୃତକ ପୁଲଓ୍ୱାମାର ସ୍ଥାନୀୟ ବାସିନ୍ଦା ଥିଲେ ବୋଲି ଜଣାପଡିଛି। ଏହି ଘଟଣା ସହ ଜଡିତ ଭିନ୍ନଭିନ୍ନ ଦିଗ ଏବେ ସାମ୍ନାକୁ ଆସିବାରେ ଲାଗିଛି। ଯେଉଁଠାରେ ଆମିର ନାଜିର ଓ୍ୱାନୀ ଏନକାଉଣ୍ଟର ପୂର୍ବରୁ ତାଙ୍କ ମା’ ଓ ଭଉଣୀଙ୍କ ସହ ଏକ ଭିଡିଓ କଲରେ କଥା ହେଉଥିବା ଦେଖାଯାଇଛି। ଏକେ-୪୭ ବନ୍ଧୁକ ଧରି ମାଆ ସହ ଭିଡିଓ କଲ୍‌ରେ କଥା ହେଉଥିବା ଆତଙ୍କବାଦୀ ହେଉଛି ଅମୀର ନଜୀର ୱାନୀ। ମାଆ ତାକୁ ସରେଣ୍ଡର କରିବାକୁ କହିବାରୁ ସେ କହୁଛି, ସେନା ଆଗକୁ ଆସୁ, ମୁଁ ଦେଖିନେବି।

ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଞ୍ଚଳର ନାଦିର ଗାଁରେ ଗୁରୁବାର ସୁରକ୍ଷା ବାହିନୀ ୩ ତିନି ଜୈଶ-ଏ-ମହମ୍ମଦ (JeM) ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରିଛି। ଏହି ୩ ଆତଙ୍କବାଦୀ ମଧ୍ୟରେ ରହିଛି ଆମିର ୱାନୀ। ଏନକାଉଣ୍ଟରରେ ନିହତ ତିନି ଜଣ ଆତଙ୍କବାଦୀଙ୍କ ନାଁ ଆସିଫ ଅହମ୍ମଦ ଶେଖ, ଆମିର ନାଜିର ୱାନୀ ଏବଂ ୟୱାର ଅହମ୍ମଦ ଭଟ୍। ଏମାନେ ସମସ୍ତେ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା। ସେନା ସହିତ ଗୁଳିବିନିମୟ ଆରମ୍ଭ ହେବା ପୂର୍ବରୁ ଅମିର ଯେଉଁ ଘରୁ ଲୁଚି ରହିଥିଲା ସେହିଠାରୁ ତା’ ମାଆଙ୍କୁ ଭିଡିଓ କଲ୍ କରିଥିଲା। ଅମିର ମା’ ଓ ଭଉଣୀ ସହ ଭିଡିଓ କଲରେ କଥା ହୋଇଥିଲା। ସାଥି ଆତଙ୍କବାଦୀ ଆସିଫ୍‌ର ଭଉଣୀ ସହ ମଧ୍ୟ କଥା ହୋଇଥିଲା ଅମୀର। ଅସିଫ୍‌ର ଭଉଣୀ ଭିଡିଓ କଲ୍‌ରେ ତାଙ୍କ ଭାଇ କଥା ପଚାରୁଥିବାର ଦେଖିବାକୁ ମିଳିଛି। ସୁରକ୍ଷା ବାହିନୀ ଚାହୁଁଥିଲେ ଯେ, ଏହି ଆତଙ୍କବାଦୀମାନେ ଆତ୍ମସମର୍ପଣ କରନ୍ତୁ, କିନ୍ତୁ ଆତ୍ମସମର୍ପଣ କରିବା ପରିବର୍ତ୍ତେ ସେମାନେ ଜବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ବାଧ୍ୟ ହୋଇ ସେନା ସେମାନଙ୍କୁ ଏନ୍‌କାଉଣ୍ଟର କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)