ସଂରକ୍ଷଣ ରାଜନୀତିକୁ ନେଇ ଭୁବନେଶ୍ୱର ଗାନ୍ଧୀମାର୍ଗରେ କଂଗ୍ରେସର ପ୍ରତିବାଦ ।

ତେଜିଲା ସଂରକ୍ଷଣ ରାଜନୀତି,ଭୁବନେଶ୍ୱର ଗାନ୍ଧୀମାର୍ଗରେ କଂଗ୍ରେସର ପ୍ରତିବାଦ। ଜାତିଭିତ୍ତିକ ଜନଗଣନା, ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ଭାଗ ସ୍ଥାନ ସଂରକ୍ଷଣ ଦାବି କରି ଗାନ୍ଧୀ ମାର୍ଗରେ କଂଗ୍ରେସର ୨୪ଘଣ୍ଟିଆ ପ୍ରତିବାଦ ଜାରି ରହିଛି। ସଂରକ୍ଷଣ ଦାବିକୁ ନେଇ ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ଆଗକୁ ଲଢ଼େଇ ଜାରି ରଖିବ ବୋଲି କହିଛି କଂଗ୍ରେସ। 

ରାଜ୍ୟ ସରକାର ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପଛୁଆବର୍ଗଙ୍କ ନିମନ୍ତେ ମାତ୍ର ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଷ୍ପତ୍ତି କରି କଂଗ୍ରେସ ଦଳର ଦାବିକୁ ଉପେକ୍ଷା କରିଛନ୍ତି। ଏଭଳି କରି ପଛୁଆବର୍ଗଙ୍କ ସ୍ୱାର୍ଥପ୍ରତି ଅଣଦେଖା କରିଛନ୍ତି ବୋଲି କହିଛନ୍ତି ପିସିସି ସଭାପତି। ସେ ଆହୁରି ମଧ୍ୟ କହିଛନ୍ତି, ସରକାର ଭିକ ଦେଲା ଭଳି ବ୍ୟବସ୍ଥା କରନ୍ତୁ ନାହିଁ। ରାଜ୍ୟ ସରକାର ତୁରନ୍ତ ୨୭ ପ୍ରତିଶତ ସଂରକ୍ଷଣ ଦିଅନ୍ତୁ ନହେଲେ ଲଢ଼େଇ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)