ଭୁବନେଶ୍ୱରରୁ ସିଧା ଆବୁଧାବିକୁ ବିମାନେସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

ଗୁରୁବାରଠୁ ଆବୁଧାବିକୁ ବିମାନ ସେବା । UAEର ରାଜଧାନୀ ଆବୁଧାବିକୁ ଭୁବନେଶ୍ୱରରୁ ସିଧା ବିମାନେସେବାର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଏହି ବିମାନସେବାର ଶୁଭାରମ୍ଭ କରିଛନ୍ତି ।

ଖବର ଅନୁଯାୟୀ, ଏଣିକି UAEର ରାଜଧାନୀ ଆବୁଧାବିକୁ ଉଡ଼ିବ ବିମାନ । ଗୁରୁବାର ସକାଳ ୯ଟାରେ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ସପ୍ତାହକୁ ତିନି ଥର ଉଡିବ ବିମାନ, ମାନେ ବୁଧବାର , ଶୁକ୍ରବାର ଓ ରବିବାର ଦିନ ଆବୁଧାବିକୁ ଉଡିବ ବିମାନ । ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ବେଳେ ମୁଖ୍ୟମନ୍ତ୍ରୀ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)