ଆରମ୍ଭ ହେଲା ରଥଟଣା । ଖୋଲା ହେଲା ଚାରମାଳ । ଆରମ୍ଭ ହେଲା ରଥଟଣା । ପ୍ରଥମେ ବଲଭଦ୍ରଙ୍କ ରଥ ଟଣା ହେଲା। ରଥ ଟାଣିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଆଇନ ମନ୍ତ୍ରୀ । ଘଡଘଡ ନାଦ କରି ଆଗେଇ ଚାଲିଛି ତିନି ରଥ । ଆଗରେ ବଡ ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ, ମଝିରେ ଭଉଣୀ ସୁଭଦ୍ରାଙ୍କ ଦେବଦଳନ ଓ ପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଆଗେଇ ଚାଲିଛି । ରଥଟଣା ଆରମ୍ଭ ଛେରା ପହଁରା ନୀତି ସମାପନ ପରେ ଆରମ୍ଭ ହେଲା ରଥଟଣା । ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥକୁ ଟାଣି ନେଉଛନ୍ତି ଭକ୍ତ ମଣ୍ଡଳୀ । ଘଣ୍ଟ ଘଣ୍ଟା ନାଦରେ ଘର୍ ଘର୍ ଗଡ଼ିଲା ତାଳଧ୍ବଜ । ପ୍ରଥମେ ବଡ଼ ଭାଇ ଜନ୍ମବେଦୀ ଅଭିମୁଖେ ବାହାରିଛନ୍ତି । ଏହାପରେ ସାନ ଭଉଣୀ ଦେବୀ ସୁଭଦ୍ରା ବାହାରିବେ । ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିବ ।
ଭକ୍ତ ଭଗବାନଙ୍କ ମିଳନରେ ଶ୍ରୀକ୍ଷେତ୍ର ପୁଣି ଚଳଚଞ୍ଚଳ ହୋଇ ଉଠିଛି । ଛେରାପହଁରା ପରେ ରଥରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇ ଘୋଡ଼ା ଜୋଖା ହୋଇଛି । ଏହାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି । ଭାଇ ଭଉଣୀଙ୍କୁ ସାଥୀରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରିଲେ ମହାପ୍ରଭୁ । 9 ଦିନ ଧରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର । ତିନି ଠାକୁରଙ୍କ ଛେରା ପହଁରା ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ଛେରା ପହଁରା । ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ନୀତି ସମ୍ପନ୍ନ କରିଛନ୍ତି । ମହାପ୍ରଭୁଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବା ପରେ ରଥ ଉପରେ ଛେରା ପହଁରା ନୀତି କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସୁବର୍ଣ୍ଣ ଖଡ଼ିକାରେ 3 ରଥରେ ଛେରା ପହଁରା କରିଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ପ୍ରଥମେ ତାଳଧ୍ୱଜ ରଥରେ ଛେରା ପହଁରା କରିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଯାଇ ଛେରା ପହଁରା ନୀତି ସମାପନ କରିଛନ୍ତି ।












Leave a Reply