କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ନିଲମ୍ବିତ କଲା ବିଜେଡି ।

ବିଜେଡିରୁ ପ୍ରଫୁଲ୍ଲ ମଲ୍ଲିକ ସସପେଣ୍ଡ । କାମାକ୍ଷାନଗରର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବିତ କଲା ବିଜେଡି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି ପ୍ରଫୁଲ୍ଲ । ଗତକାଲି ବିଜେଡିକୁ ଚେତାବନୀ ଦେଇଥିଲେ ପ୍ରଫୁଲ୍ଲ । ଠିକ ଢଙ୍ଗରେ ନ ଚାଲିଲେ ଦଳରୁ ଦୂରେଇଯିବେ କହିଥିଲେ । ବିଜେଡି ବିରୋଧୀ ଦଳର ଭୂମିକା ନିର୍ବାହ କରୁନି କହିଥିଲେ ପ୍ରଫୁଲ୍ଲ । ପୂର୍ବ ବିଚାର ଧାରାରେ ଦଳ ନାହିଁ ବୋଲି କହିଥିଲେ ପୂର୍ବତନ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ । ନବୀନ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ପ୍ରଫୁଲ୍ଲ । ଆଉ ଏହାପରେ ତାଙ୍କୁ ଆଜି ଦଳରୁ ବିଦା କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)