ଅକ୍ଷର ବ୍ୟୁରୋ: ଅଗ୍ରଣୀ ରେସିଡେନସିଆଲ ବିଦ୍ୟାଳୟ ଟିଏସ୍ଜି ଗୁରୁକୂଳ ଠାରେ ଶିଶୁ ଦିବସ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଡ.ବାହାରଲାଲ ନେହୁରୁଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଏହାପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାଛାତ୍ରୀମାନଙ୍କ ଦ୍ୱାରା ପ୍ରାର୍ଥନାସଭା କରାଯାଇଥିଲା।
ଏହି ଅବସରରେ ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଏକ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ମନ୍ମଥ କୁମାର ରାଉତରାୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ କୃତକାର୍ଯ୍ୟ କରିଥିବା ଅନେକ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ନିଟ୍-୨୦୨୫ରେ ୫୮୯ ରାଙ୍କରେ ରହି କୃତିତ୍ୱ ଅର୍ଜନ କରିଥିବା ଆଦର୍ଶ କୁମାରଙ୍କୁ ବିଦ୍ୟାଳୟର ଚେୟାରମ୍ୟାନ ଡକ୍ଟର ଶାରଦା ପ୍ରସାଦ ମିଶ୍ର ୫୦ ହଜାର ଟଙ୍କା ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷା ରଞ୍ଜିତା ମହାପାତ୍ର ଏବଂ ଡାଇରେକ୍ଟର ଶିବ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ ।















Leave a Reply