ଭୁବନେଶ୍ୱର ଏୟାରପୋର୍ଟରୁ ପୁଳା ପୁଳା ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ ।

ଅକ୍ଷର ବ୍ୟୁରୋ: ବିନା କଷ୍ଟମସ୍ ଚାର୍ଜରେ ସିଗାରେଟ୍ ଚାଲାଣ । ଭୁବନେଶ୍ୱର ଏୟାରପୋର୍ଟରୁ ଧରାପଡ଼ିଲା ବିଦେଶୀ ସିଗାରେଟ୍ । ପୁଳା ପୁଳା ବିଦେଶୀ ସିଗାରେଟ୍ ଜବତ କଲା କଷ୍ଟମସ୍ ବିଭାଗ । ଗତକାଲି ଦୁବାଇରୁ ଭୁବନେଶ୍ୱର ଆସିଥିବା ବିମାନର ୮ଜଣ ଯାତ୍ରୀଙ୍କ ଠାରୁ ସିଗାରେଟ୍ ଠାବ ହୋଇଛି । ୫ଜଣ ଉତ୍ତରପ୍ରଦେଶ ରାମପୁରର ଓ ୩ ଜଣ ଦିଲ୍ଲ ଯାତ୍ରୀ । ସେମାନଙ୍କ ବ୍ୟାଗରୁ ୨୫୦ରୁ ଅଧିକ ସିଗରେଟ୍ ଜବତ ହୋଇଛି । ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା । ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମସ୍ ବିଭାଗ । ମୋଟ ୮ ଜଣ ଦୁବାଇରୁ ଭୁବନେଶ୍ୱର ଆସୁଥିବା ବେଳେ ୫ ଜଣଙ୍କୁ ଅଟକ ରଖାଯାଇଛି । ବାକି ୩ ଜଣକ ଠାରୁ ବିପୁଳ ମାତ୍ରାରେ ସିଗାରେଟ ମିଳିଛି । ସେଗୁଡିକ ବିଦେଶୀ ସିଗାରେଟ୍ ହୋଇଥିବାରୁ ସେମାନଙ୍କୁ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ ଓ ଫାଇନ ନଦେବା ପର୍ଯ୍ୟନ୍ତ ତାଙ୍କୁ କଷ୍ଟମ ବିଭାଗ ଅଟକ ରଖିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)