ଅକ୍ଷର ବ୍ୟୁରୋ: ବିଧାନସଭା ପ୍ରଶ୍ନକାଳ ଅଚଳ । ବଜେଟ ଅଧିବେଶନର ଚତୁର୍ଥ ଦିନରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହରେ ନାରାବାଜି କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ । ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ମଣ୍ଡିରୁ ଧାନ ଉଠୁନାହିଁ, ସରକାର ବିରୋଧର ନାରାବାଜି କରିବାରୁ ବାଚସ୍ପତି ବାରମ୍ବାର ସେମାନଙ୍କୁ ଅନୁରୋଧ କରିଥିଲେ ନିଜ ନିଜ ସ୍ଥାନରେ ବସନ୍ତୁ । ହେଲେ ବିଜେଡି ଓ କଂଗ୍ରେସ ହୋହଲ୍ଲା କରିବା ସହ ହାତରେ ପ୍ଲାକାର୍ଡ ଧରି ସରକାର ହାଏ ହାଏ ନାରାବାଜି କରିଥିଲେ । ପ୍ରଶ୍ନକାଳରେ ବାଧା ସୃଷ୍ଟି ହେବାରୁ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଚାଷୀଙ୍କ ସମସ୍ୟରେ ସମାଧାନ କରିବାକୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି କହିବା ପରେ ବି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଛନ୍ତି । ଆଜି କଂଗ୍ରେସ ବିଧାୟକମାନେ କଳା ବ୍ୟାଚ୍ ପିନ୍ଧି ଗୃହ ମଧ୍ୟ ଭାଗରେ ଆସି ନାରାବାଜି କରିଥିଲେ ।
ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ; ପ୍ରଶ୍ନକାଳ ଆରମ୍ଭରୁ ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା ।












Leave a Reply