ଅକ୍ଷର ବ୍ୟୁରୋ: ପୁଣି ଦୁର୍ଘଟଣା ଘଟାଇଲା ‘ଆମ ବସ୍’ । ରାଜଧାନୀରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇବାରେ ଲାଗିଛି ଏହି ଆମ ବସ୍ । ଫଳରେ ଲୋକମାନେ ଏଥିରେ ଯାତ୍ରା କରିବାକୁ ଭୟ କରିଲେଣି । ଆଜି ପାତ୍ରପଡାରେ ସ୍କୁଟିକୁ ଧକ୍କା ଦେଇଛି ଆମ ବସ୍ । ଫଳରେ ସ୍କୁଟି ଚାଳକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । ସକାଳୁ ଡିପୋରୁ ବାହାରି ଡୁମଡୁମା ଅଭିମୁଖେ ଯିବାବେଳେ ଦୁର୍ଘଟଣା ଘଟାଇଛି ଆମ ବସ୍ । ଗତ କିଛି ଦିନ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ବି ଦୁର୍ଘଟଣା ଘଟାଇଛି ଆମ ବସ୍ । ଯାହାକୁ ନେଇ ନାନା ପ୍ରଶ୍ନବାଚୀ ଉଠିଛି । କାହିଁକି ଏଭଳି ବାରମ୍ବାର ଦୁଘଁଟଣା ଘଟାଉଛି ଏହି ବସ୍? ତାକୁ ନେଇ ବଜ ପ୍ରଶ୍ନବାଚୀ । ଏଠି ଭୁଲ୍ କାହାର ରହିଛି ।
ପୁଣି ପାତ୍ରପଡାରେ ସ୍କୁଟିକୁ ଧକ୍କା ଦେଲା ‘ଆମ ବସ୍’; ସ୍କୁଟି ଚାଳକ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।












Leave a Reply