ଲୋକସେବା ଭବନରୁ ଏସି ଯନ୍ତ୍ରାଂଶ ଚୋରି; ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ୍ ।

ଅକ୍ଷର ବ୍ୟୁରୋ: ଲୋକସେବା ଭବନରୁ ଏସି ଯନ୍ତ୍ରାଂଶ ଚୋରି କରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ହାଇ ସିକ୍ୟୁରିଟି ଜୋନ କୁହାଯାଉଥିବା ଲୋକସେବା ଭବନରୁ ଚୋରି କରିଥିଲେ ଏସି ସାମଗ୍ରୀ । ସେମାନେ ହେଲେ ତମାଣ୍ଡୋ ସିଜିପୁଟରେ ରହୁଥିବା କଟକ ନିଶ୍ଚିନ୍ତକୋଇଲିର ମନୋଜ କୁମାର ଦାସ(୨୫) ଏବଂ ସାଲିଆସାହି ମଇଳାଟାଙ୍କି ବସ୍ତିରେ ରହୁଥିବା ଯାଜପୁର ବିଞ୍ଝାରପୁରର ଚନ୍ଦନ ପଲାଇ(୨୭) । ସେମାନଙ୍କ ଠାରୁ ଏସି କମ୍ପ୍ରେସରର ବିଭିନ୍ନ ସାମଗ୍ରୀ ଜବତ ହୋଇଛି ।

ଲୋକସେବା ଭବନ ଅର୍ଥବିଭାଗର ଊପସଚିବ ଚକ୍ରଧର ବିଶ୍ୱାଳଙ୍କ ଏତଲା ଆଧାରରେ କ୍ୟାପିଟାଲ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଅର୍ଥ ବିଭାଗର ଛାତ, ତଳ ମହଲା, ଉପସଚିବଙ୍କ ଚାମ୍ବର ଓ ଲାଇବ୍ରେରୀରେ ଲଗା ଯାଇଥିବା ୭ଟି ଏସିର କମ୍ପ୍ରେସର ଏବଂ ତମ୍ବା ପାଇପ ଚୋରି ହୋଇଥିଲା । ରକ୍ଷଣାବେକ୍ଷଣା ଓ ମରାମତି କାର୍ଯ୍ୟ ସମୟରେ ନଭେମ୍ବର ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ଚୋରି ହୋଇଥିବା ଜଣାପଡ଼ିଥିଲା । ସଚିବାଳୟର ସୁରକ୍ଷାକର୍ମୀ ଏହି ୨ ଅଭିଯୁକ୍ତଙ୍କୁ ଅଟକ ରଖିଥିଲେ । ତଲାସୀ ସମୟରେ ସେମାନଙ୍କ ଠାରୁ ଏସିର ବିଭିନ୍ନ ଉପକରଣ ମିଳିଥିଲା । ପଚରାଉଚରା ବେଳେ ସେମାନେ ଚୋରି କରିଥିବା ମାନିଥିଲେ । ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)