ଭୁବନେଶ୍ୱରରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ।

ଓଡିଶାରେ ପହଞ୍ଚିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ପତ୍ନୀ ସାଂସଦ ଡିମ୍ପଲ ଯାଦବଙ୍କ ସହ ଆସି ଭୁବନେଶ୍ୱର ପହଞ୍ଚିଛନ୍ତି ଅଖିଳେଶ। ବିମାନବନ୍ଦରରୁ ବାହାରିବା ବେଳେ ଅଖିଳେଶ ଯାଦବ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇଥିଲେ।

ଅଖିଳେଶ ଯାଦବଙ୍କ ଭୁବନେଶ୍ୱର ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର ହେଉଥିବା ବେଳେ ଅଖିଳେଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସେ ବରିଷ୍ଠ ନେତା କଂଗ୍ରେସ ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିବେ। ସମାଜବାଦୀ ପାର୍ଟିକୁ ଓଡ଼ିଶାରେ ସଂଗଠିତ କରିବା ପାଇଁ ସେ ଓଡ଼ିଶା ଗସ୍ତରେ ଆସିଥିବା କହିଛନ୍ତି। ଓଡ଼ିଶାରେ ସମାଜବାଦୀ ପାର୍ଟି ବଢ଼ିବା ନେଇ ଆଲୋଚନା ହେବ କହିଛନ୍ତି ଅଖିଳେଶ।

ଓଡ଼ିଶାରେ ସମାଜବାଦୀ ପାର୍ଟିର ବଡ଼ ସଂଗଠନ ନାହିଁ। ଲୋକଙ୍କୁ ଯୋଡ଼ିବା ପାଇଁ ଆମର ଉଦ୍ୟମ ରହିବ ବୋଲି କହିଛନ୍ତି ଅଖିଳେଶ। ସେପଟେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ସାକ୍ଷାତ କରିବା ନେଇ ଅଖିଳେଶ କହିବା ପରେ ଶ୍ରୀକାନ୍ତଙ୍କ ରାଜନୈତିକ ଗତି କୁଆଡ଼େ ହେବ ସେନେଇ ବଢ଼ୁଛି ସସ୍‌ପେନ୍ସ। ତେବେ ଅଖିଳେଶ ଯାଦବ ଏବଂ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପୁରୀ ଗସ୍ତ କରିବେ ଏବଂ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)